ବିଶ୍ୱକପ ୨୦୧୯ : ୭ଥର ଖେଳି ୭ ଥର ବିଜୟ ହାସଲ କରିଛି ଏହି ଟିମ୍

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) :ପୂରା ଦେଶର ନଜର ଏବେ ବିଶ୍ୱକପ ୨୦୧୯ ସେମିଫାଇନାଲ ମ୍ୟାଚ ଉପରେ । ପ୍ରଥମ ସେମିଫାଇନାଲ ଆସନ୍ତାକାଲି ତାରିଖରେ ଅନୁଷ୍ଠିତ ହେବ । ଏଥିରେ ଭାରତ ଓ ନ୍ୟୁଜିଲାଣ୍ଡ ମୁହାମୁହିଁ ହେବେ । ଦ୍ୱିତୀୟ ସେମିଫାଇନାଲ ଜୁଲାଇ ୧୧ ତାରିଖରେ ହେବ । ବର୍ତମାନ ଚାଲିଛି ଅଙ୍କକଷା । କିଏ ଜିତିବ କିଏ ହାରିବ ତାକୁ ନେଇ ଚାଲିଛି ଚର୍ଚ୍ଚା ଏମିତି ଏକ ଟିମ ଅଛି ଯିଏ ବିଶ୍ୱକପ କ୍ରିକେଟରେ ଆଜି ପର୍ୟ୍ୟନ୍ତ ଗୋଟିଏ ବି ମ୍ୟାଚ ହାରିନାହିଁ ।
ଅଷ୍ଟ୍ରେଲିଆ – ବିଶ୍ୱକପ ସେମିଫାଇନାଲରେ ଜିତିଥିବା ଟିମମାନଙ୍କ ମଧ୍ୟରେ ପ୍ରଛମ ସ୍ଥାନରେ ଅଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଟିମ ବିଶ୍ୱକପ ସେମିଫାଇନାଲରେ ୭ ଥର ଖେଳିଛି ଏବଂ ୭ ଥର ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ ଦୁନିଆର ଏକ ମାତ୍ର ଟିମ ଯିଏ ସେମିଫାଇନାଲର ସମସ୍ତ ମୁକାବିଲା ଜିତିଛି ।
ଭାରତ – ସେମିଫାଇନାଲ ଜିତିଥିବା ଟିମମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛି ଭାରତ । ଭାରତୀୟ ଟିମ ୬ ଥର ସେମିଫାଇନାଲ ଖେଳିଛି ଏବଂ ୩ ଥର ବିଜୟ ହାସଲ କରିଛି ।
ଇଂଲଣ୍ଡ – ସେମିଫାଇନାଲ ଜିତିଥିବା ଟିମମାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଅଛି ଇଂଲଣ୍ଡ । ଇଂଲଣ୍ଡ ବିଶ୍ୱକପ ସେମିଫାଇନାଲ ୫ ଥର ଖେଳିଛି ଏବଂ ୩ ଥର ବିଜୟ ହାସଲ କରିଛି ।