ବିଇଓଙ୍କ ଚିଠିରେ ବ୍ୟାକରଣଗତ ତ୍ରୁଟି

ଚାରିଆଡୁ ମିଳିଲା ସମାଲୋଚନା

କଙ୍କଡାହାଡ: ସ୍କୁଲକୁ ସାମ୍ବାଦିକ ଓ କ୍ୟାମରାମ୍ୟାନଙ୍କୁ ବାରଣ ସମ୍ପର୍କିତ ବିଇଓଙ୍କ ଚିଠିରେ ଇଂରାଜୀ ବନାନ ଓ ବ୍ୟାକରଣରେ ବ୍ୟାପକ ଭୁଲଥିବା ଜଣାପଡିଛି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଶିକ୍ଷାଧିକାରୀଙ୍କ ଚିଠିରେ ବ୍ୟାପକ ଭଲ ହୋଇଥିବା ଜଣାପଡିବା ପରେ ଚାରିଆଡୁ ସମାଲୋଚନା କରାଯାଇଥିଲା। ବିଇଓଙ୍କ ଏପରି ଭୁଲକୁ ନେଇ ଶିକ୍ଷାଦାନରସ୍ତର କିପରି ହୋଇଥିବ ସେନେଇ ଅଭିଭାବକ ମହଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ସମ୍ପୃକ୍ତ ଘଟଣା ନେଇ ବିଇଓ ହରିହର ଦେହୁରୀ କହିବା ମୁତାବକ କୌଣସି ଅଧିକାରୀ ସରକାରୀ ଚିଠି ଲେଖନ୍ତି ନାହିଁ। ତାହାକୁ କିରାଣୀ କିମ୍ବା ଟାଇପିଷ୍ଟ ଲେଖିଥାନ୍ତି। ତେବେ ଏପରି ଭୁଲ ଧରିଲେ ଚଳିବ ନାହିଁ ବୋଲି ଶ୍ରୀ ଦେହୁରୀ କହିଥିଲେ। ସୂଚନା ଅନୁସାରେ ସରକାରୀ ସ୍କୁଲରେ ଶିକ୍ଷାଦାନରେ ଅବ୍ୟବସ୍ଥା ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସାମ୍ବାଦିକଙ୍କୁ ସ୍କୁଲ ହତାକୁ ଯିବା ଉପରେ କଟକଣା ଜାରି କରିଥିଲେ। ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ଏ ସଂକ୍ରାନ୍ତୀୟ ଚିଠି ପାଇବା ପରେ କଙ୍କଡାହାଡ ବିଇଓ ବ୍ଲକର ସମସ୍ତ ସିଆରସିସି ଓ ପ୍ରଧାନଶିକ୍ଷକଙ୍କୁ ଚିଠି କରିଥିଲେ। ଯେଉଁଥିରେ ଅନେକ ଭୁଲ ଥିବା ଦେଖିବାକୁ ମିଳିଥିଲା ।