କପି ରେକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସ ୧୦ ତାରିଖ ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଛାତ୍ରଛାତ୍ରୀ ମାନେ ସୁରକ୍ଷିତ ପରୀକ୍ଷା ଦେବା ସହ କପି ରେକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ବ୍ୟବସ୍ଥା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏଥର ପରୀକ୍ଷା ହଲ ଗୁଡିକୁ ଅଚାନକ ଗସ୍ତ କରିବେ ସ୍କ୍ୱାର୍ଡ । ଯାହାର ଗତିବିଧି କେହିବି ଯାଣିପାରିବେ ନାହିଁ । ପଶ୍ନପତ୍ର ଗୁଡିକ ସିସିଟିଭି ହେପାଯତରେ ରହିଥିବା ବେଳେ ପଶ୍ନପତ୍ର ଗୁଡିକ ହଲକୁ ନେବା ଲାଗି ବିଭାଗ ତରଫରୁ ସ୍ୱତନ୍ତ୍ର ବ୍ୟକ୍ତିଙ୍କୁ ଦାଇତ୍ୱ ଦିଆଯାଇଛି । ଶାନ୍ତି ଶୃଙ୍ଖାଳାର ସହ ପରୀକ୍ଷା ହେବ ବୋଲି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ କହିବା ସହ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ।