ଆଜି କୁ ୩ ଦିନ ହେବ ଋଷ-ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଚାଲିଛି । ୟୁକ୍ରେନ ରାଜଧାନୀ କ୍ୱିବ୍ରେ ପହଞ୍ଚିସାରିଛନ୍ତି ସେନା । ଏକପ୍ରକାର ଋଷ ୟୁକ୍ରେନକୁ ପରାସ୍ତ କରିିସାରିଛି । ଯୁଦ୍ଧ ଭିତରେ ଫସିରହିଛନ୍ତି ଅନେକ ଭାରତୀୟ । ସେମାନଙ୍କୁ ଉଦ୍ଧାର କରାଯାଉଛି । ଯୁଦ୍ଧରେ କେତେ କିଏ ମୃତ୍ୟୁବରଣ କରିସାରିଲେଣି,ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ସମସ୍ତଙ୍କୁ ବିଚଳିତ କଲାଭଳି ଚିତ୍ର ସାମ୍ନାକୁ ଆସିଛି । ଏହି ଚିତ୍ରକୁ ଦେଖିବା ପରେ ଋଷ କରିଥିବା ପୂର୍ବ କଥା ବିଶ୍ୱବାସୀଙ୍କର ମନେପଡିଯାଉଛି । ପୁଟିନ କଣ ପୁଣିଥରେ ସୋଭିଏତ ସଂଘକୁ ପୁନଃ ଜୀବିତ ଦେବାକୁ ଚାହୁଁଛନ୍ତି କି ? ଋଷର ଜଣେ ଯବାନ ସୋଭିଏତ ୟୁନିୟନର ପତାକା ଧରିଛନ୍ତି । ଏହି ଚିତ୍ର ସାମ୍ନାକୁ ଆସିବାପରେ ୩୦ ବର୍ଷର ତଳର କଥା ମନେପଡିଯାଉଛି । ପୂର୍ବରୁ ପୁଟିନ ବି ଅନେକ ବାର ଏନେଇ ସଂଙ୍କେତ ଦେଇସାରିଛନ୍ତି । ଯୁଦ୍ଧ ମଧ୍ୟରେ ଏହି ଚିତ୍ର ଲୋକକଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେଉଁ ଚିତ୍ର ପୁଟିନଙ୍କ ଭାବନାକୁ ସାରା ବିଶ୍ୱରେ ପ୍ରଦର୍ଶୀତ କରିଛି । ଆଜି କୁ ୩୦ ବର୍ଷ ତଳେ ଋଷରେ ସୋଭିଏତ ୟୁନିୟନ ଭାଙ୍ଗି ସାରିଛି । ଦା ଓ ହାତୁଡି ଚିହ୍ନ ଥିବା ଏହି ପତାକା ଗୋଟିଏ ସମୟରେ ୟୁନିୟନର ପରିଚୟ ଥିଲା । ଏହି ପତାକା ଦେଖି ସାରାବିଶ୍ୱ ସୋଭିଏତ ୟୁନିୟନର ଶକ୍ତି ଆକଳନ କରୁଥିଲା । ହେଲେ ୧୯୯୧ ମସିହାରେ ଏହି ଶକ୍ତି ବିନାଶ ଘଟିଥିଲା । ହେଲେ ପୁଟିନଙ୍କ ହାତକୁ ଯେତେବେଳେ ଋଷର କ୍ଷମତା ଆସିଲା ସେବେଠାରୁ ସେ ଅନେକ ଥର କହିଛନ୍ତି କି ସୁଯୋଗ ମିଳିଲେ, ସେ ପୁଣିଥରେ ସୋଭିଏତ ୟୁନିୟନ ଗଠନ କରିବେ । ହେଲେ ଏବେ ଋଷ ସେନା ହାତରେ ପତାକା ଦେଖିସାରିବା ପରେ ସୋଭିଏତ ୟୁନିୟନ ପୁନଃଜନ୍ମ କରିବାକୁ ପ୍ରୟାସ କରୁନି ତ ?