କଟକ:ମହିଳା ଥାନାରେ ସୌରିନ ଭଟ୍ଟ । ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଥାନାରେ ହାଜର ହୋଇଛନ୍ତି ସୌରିନ । ଆଜି ମହିଳା ଥାନାରେ ହାଜର ହୋଇଥିବାରୁ ତାଙ୍କ ବୟାନ ରେକର୍ଡ କରାଯାଇଛି । ସୌରିନଙ୍କୁ ଜେରା ପ୍ରକ୍ରିଆ ଜାରି ରହିବ ବୋଲି କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି ।
ସୌରିନଙ୍କ ଏସସିବି ମେଡିକାଲରେ ତାଙ୍କ ଡାକ୍ତରୀ ପରୀକ୍ଷା କରାଯିବ ବୋଲି ପୋଲିସ କହିଛି। ଅଭିଯୋଗକାରିଣୀଙ୍କ ସହ ସାମନାସାମନି ଜେରାର ଆବଶ୍ୟକତା ନାହିଁ। ଅଭିଯୋଗକାରିଣୀଙ୍କ ଠାରୁ ଟଙ୍କା ନେଇଥିବା ଓ ଟଙ୍କା ଦେଇଥିବା ସ୍ବୀକାର କରିଛନ୍ତି। ତେବେ ଯୁବତୀଙ୍କ ସହ ତାଙ୍କର କିଛି ସଂପର୍କ ନଥିବା ପୋଲିସକୁ କହିଛନ୍ତି ସୌରିନ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି ସେ କହିଛନ୍ତି।ସେ ଆହୁରି କହିଛନ୍ତି ମତେ କ୍ଲିତ ଚିଟ ମିଳିବ ।