ଭୁବନେଶ୍ୱର: ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ | ପୂର୍ବରୁ ଅଧ୍ୟାପକ ନିଯୁକ୍ତି ପାଇଁ ବିଶ୍ୱବିଦ୍ୟାଳୟ ଆଇନ 2020 ସଂଶୋଧନ କରାଯାଇ OPSC ଦ୍ୱାରା ନିଯୁକ୍ତି ଦିଆଯାଉଛି | ଯାହା ଦ୍ୱାରା ୟୁଜିସି ଗାଇଡ଼ଲାଇନ ପରିପନ୍ଥୀ ଥିଲା | ୟୁଜିସିକୁ ଗାଇଡ଼ଲାଇନ ଅନୁସାରେ ବିଶ୍ଵବିଦ୍ୟାଳୟରେ କମିଟି ଗଠନ କରି ଅଧ୍ୟାପକ ନିଯୁକ୍ତି ଦେବା କଥା | କିଭଳି ଭାବେ ବିଶ୍ଵବିଦ୍ୟାଳୟ କମିଟି ଦ୍ୱାରା ଅଧ୍ୟାପକ ନିଯୁକ୍ତି ଦିଆଯିବ, ସେଥିପାଇଁ ଆଇନ ସଂଶୋଧନ କରିବା ସହ ୟୁଜିସିକୁ ପ୍ରସ୍ତାବ ଦିଆଯିବ | ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି| ବର୍ତମାନ ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟରେ 1187 ଅଧ୍ୟାପକ ପଦବୀ ଖାଲି ପଡିଛି | ଏହାକୁ ପୂରଣ କରିବାକୁ ଗୃହରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ|
ରାଜ୍ୟ ସରକାରଙ୍କ ଅଧୀନରେ 43 ଟି ବିଶ୍ୱବିଦ୍ୟାଳୟ ରହିଛି | ଉଚ୍ଚଶିକ୍ଷା ବିଭାଗ ଅଧୀନରେ 18 ସରକାରୀ ଓ 7 ଘରୋଇ ସମେତ 25 ବିଶ୍ଵବିଦ୍ୟାଳୟ ଅଛି | ଦକ୍ଷତା ବିକାଶ ବିଭାଗ ଅଧୀନରେ 3 ସରକାରୀ ଓ 5 ଘରୋଇକୁ ମିଶାଇ 8, ଗୋଟେ କୃଷି ବିଶ୍ଵବିଦ୍ୟାଳୟ, 3ଟି ସ୍ୱାସ୍ଥ୍ୟ ବିଶ୍ଵବିଦ୍ୟାଳୟ, ୟୁଜିସି ଅଧୀନରେ 3 ଘରୋଇ ବିଶ୍ଵବିଦ୍ୟାଳୟ, କେନ୍ଦ୍ର ସରକାରଙ୍କ ଗୋଟେ ସେଣ୍ଟ୍ରାଲ ବିଶ୍ୱବିଦ୍ୟାଳୟ, ଓଡ଼ିଆ ଭାଷା ବିଭାଗ ଅଧୀନରେ ଗୋଟେ ଓଡ଼ିଆ ବିଶ୍ୱବିଦ୍ୟାଳୟ ରହିଛି| ବିଶ୍ଵବିଦ୍ୟାଳୟରେ କୁଲପତିଙ୍କ କାର୍ଯ୍ୟକାଳ 4 ବର୍ଷ ଅଛି | ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା 11 ବିଶ୍ୱବିଦ୍ୟାଳୟରେ କୁଳପତି ଅଛନ୍ତି | କେନ୍ଦୁଝର ଧରଣୀଧର ଓ ବିକ୍ରମ ଦେବ ଜୟପୁର ବିଶ୍ୱବିଦ୍ୟାଳୟ ଓଏସଡି ଜରିଆରେ ଚାଲିଛି, କାରଣ କୁଳାଧିପତି କୁଳପତି ଚୟନ କରନ୍ତି | କୁଳପତି ଚୟନ ନ ହେବା ଯାଏଁ ଓଏସଡି ଜରିଆରେ କାର୍ଯ୍ୟ ଚଳାଇବାକୁ କୁଳାଧିପତିଙ୍କ ନିର୍ଦେଶ ରହିଛି | ୟୁଜିସି ମାନ୍ୟତାକୁ ନେଇ ଖଲିକୋଟ ବିଶ୍ଵବିଦ୍ୟାଳୟର ଅନେକ କଥା ଉଠିଲା | ତେଣୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଖଲିକୋଟ ବିଶ୍ଵବିଦ୍ୟାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି | ସେହିପରି ବାରିପଦା ବିଶ୍ଵବିଦ୍ୟାଳୟର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି | 2014 ଆଇନ ଅନୁସାରେ ଚାଲିଥିବା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ 26.6.2027 ରେ ସରିବ | ସେହିପରି ଓଡ଼ିଆ ବିଶ୍ଵବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ 31.8.2025 ରେ ସରିବାକୁ ଯାଉଛି|