ପଶ୍ଚିମ ଓଡ଼ିଶାର ପର୍ବ ପୁଅ ଜିଉଁତିଆ ପାଳିତ

(ଓମପ୍ରକାଶ ମିଶ୍ର/ସୋନପୁର): ପଶ୍ଚିମ ଓଡ଼ିଶାର ନିଆରା ପର୍ବ ପୁଅ ଜିଉଁତିଆ । ମାଆ ପୁଅଙ୍କ ଅନାବିଳ ମମତା ଓ ସ୍ନେହର ପ୍ରତୀକ ଏହି ପର୍ବ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ମହିଳା ମାନେ ନିଜ ନିଜ ଘରେ ରହି ଦୁତୀବାହନଙ୍କୁ ରିତିନୀତି ଓ ପରମ୍ଫରାରେ ପୂଜାର୍ଚ୍ଚନା କରିଛନ୍ତି। ଆଶ୍ୱିନ ମାସ କୄଷ୍ଣପକ୍ଷ ନବମୀ ତିଥିରେ ବ୍ରତଧାରି ମାନେ ନଦୀ ଓ ପୋଖରୀକୁ ଯାଇ ସ୍ନାନ କରିବା ପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ଘରକୁ ଫେରି ମାଆ ମାନେ ନିଜର ସନ୍ତାନ ମାନଙ୍କୁ ଫୁଲଚନ୍ଦନ ଲଗାଇ ଅରୁଆ ଚାଉଳରେ ବନ୍ଦାଣ କରିବା ସହ ସେମାନଙ୍କୁ ଦୀର୍ଘାୟୁ ହେବାକୁ କାମନା କରିଛନ୍ତି । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ପୁଅଜିଉଁତିଆ ପର୍ବ ପ୍ରଭାବିତ ହୋଇଛି । ଘରେ ରହି ମାଆମାନେ ପରମ୍ପରାକୁ ରକ୍ଷା କରିବାକୁ ବିଧି ପୁର୍ବକ ପୂଜାର୍ଚ୍ଚନା କରିଛନ୍ତି ।