ପୁରୀ(ଜୟନ୍ତ କୁମାର ସେଠୀ): ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ବ୍ରାଉନସୁଗାର । ଆଜି ମଧ୍ୟ ପୁରୀ ଏସଟିଏଫ କବଜାରେ ଫସିଛନ୍ତି କିଛି ବ୍ରାଉନ ସୁଗାର ବେପାରୀ । ଆଉ ୫ ଜଣ ଧଳା ଜହର ବେପାରୀଙ୍କୁ ଗିରଫ କରିଛି ପୁରୀ ବଳିଆପଣ୍ଡା ଥାନା ପୋଲିସ । ଗିରଫ ହୋଇଥିବା ଏହି ବେପାରୀଙ୍କ ନିକଟରୁ ପ୍ରାୟ ୨୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ବା ଅଧିକ ହେବ ବୋଲି କୁହାଯାଉଛି । ତେବେ ପୋଲିସ ହାତରେ ଧରା ପଡିଥିବା ଅଭିଯୁକ୍ତମାନେ ଖୋର୍ଦ୍ଧା ଜିଲ୍ଳାର ବୋଲି ଜଣା ପଡିଛି । ୨୫୦ ଗ୍ରାମର ବ୍ରାଉନ ସୁଗାର ବ୍ୟତୀତ ୫ ବେପାରୀଙ୍କ ନିକଟରୁ ୧୧ଟି ମୋବାଇଲ ଫୋନ, ଦୁଇଟି ଏଟିଏମ କାର୍ଡ, ୫ ହଜାର ନଗଦ ଟଙ୍କା, ଗୋଟିଏ ମୋଟର ସାଇକେଲ ଏବଂ ଗୋଟିଏ ଚାରି ଚକିଆ ଗାଡି ମଧ୍ୟ ପୋଲିସ ଜବତ କରିଛି ।