ଠିକାରୁ ମୁକ୍ତି ସ୍ଥାୟୀ ନିଯୁକ୍ତି ପାଇଁ ସ୍ଲୋଗାନ

ନବରଙ୍ଗପୁର /ମନୋଜ କୁମାର ନାୟକ : ଠିକାରୁ ମୁକ୍ତି ସ୍ଥାୟୀ ନିଯୁକ୍ତି । ଚତୁର୍ଥ ଶ୍ରେଣୀ ମେଡିକାଲ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା ସକାଶେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଚତୁର୍ଥ ଶ୍ରେଣୀ ଠିକା କର୍ମଚାରୀ କଳା ବ୍ୟାଚ୍ଚ ପରିଧାନ କରି ଠିକା ରୁ ମୁକ୍ତି ସ୍ଥାୟୀ ନିଯୁକ୍ତି କରିବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ସ୍ଲୋଗାନ ଦେଇଥିଲେ । ବିଗତ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜନ୍ମଦିନ ଅବସରରେ ଓଡିଶାବାସିଙ୍କୁ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରି ଏକ ଉପହାର ସଦୃଶ ଦେଇଥିଲେ । କିନ୍ତୁ ବର୍ତ୍ତମାନ ପର‌୍ୟ୍ୟନ୍ତ ତାହା ଲାଗୁ ହୋଇପାରିନାହିଁ । ସେଥିପାଇଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ଚତୁର୍ଥ ଶ୍ରେଣୀ ଠିକା କର୍ମଚାରୀ ସ୍ଥାୟୀ ନିଯୁକ୍ତି କରିବା ନିମନ୍ତେ ଏକ ଦାବିପତ୍ର ଜରିଆରେ ଉଚ୍ଚ ସ୍ତରୀୟ ଅଧିକାରୀଙ୍କୁ ଜଣେଇଥିଲେ । ଆଗାମୀ ଦିନରେ ସ୍ଥାୟୀ ନିଯୁକ୍ତି ନ କରାଗଲେ ରାଜ ରାସ୍ତା କୁ ଓଲ୍ହାଇବୁ ବୋଲି ଠିକା କର୍ମଚାରୀ କହିଥିଲେ ।