କପିଳାଶରେ ଧାନବେଣୀ ଯୁବକ ସଂଘ ଆନୁକୂଲ୍ୟରେ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତାର ରୌପ୍ୟ ଜୟନ୍ତୀ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ଶୀତ ସରି ସରି ଯାଉଛି । ଫଗୁଣର ଆଗମନକୁ ଅପେକ୍ଷା କରି ରହିଛି ଧରିତ୍ରୀ । ଅମଳ ସରିଛି । ଗ୍ରାମରୁ ପଲ୍ଲୀ ମକର ପର୍ବ ଅବସରରେ ଖୁସିର ମାହଲ ।ଚାରିଆଡେ ଖେଳକୁଦ ଚାଲିଛି । ସେହି ଅବସରରେ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକ ଅନ୍ତର୍ଗତ ଭୁଟ କାବାଦି ପଞ୍ଚାୟତର କପିଳାସ(ଶାମସୁନ୍ଦର) ଗ୍ରାମର ଧାନଵେଣୀ ଯୁବକ ସଂଘ ଆନୁକୂଲ୍ୟରେ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତାର ବାର୍ଷିକୋତ୍ସବ ରୌପ୍ୟ ଜୟନ୍ତୀ ଯୁବ ସମାଜସେବୀ ବିକାଶ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ମୁଖ୍ୟ ବକ୍ତା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀହାଁସଦା, ମୟୂରଭଞ୍ଜ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ାକ୍ତର ଦେବାଶିଷ ମାରାଣ୍ଡି, ମୟୂରଭଞ୍ଜ (୨) ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ରାଇରଙ୍ଗପୁର ନଗରପାଳ ଅଭିଷେକ ପଟ୍ଟନାୟକ,ରାଜ୍ୟ ସଂପାଦକ ମହେଶ ହେମ୍ବ୍ରମ,ବିଜେଡି ଜିଲ୍ଲା ସଭାନେତ୍ରୀ ତନୁଜା ମହାନ୍ତ, ଜିଲ୍ଲା ବିଜେଡ଼ି ସଂପାଦକ ସଚିନ ଅଗ୍ରୱାଲ,ଯୁବ ସମାଜସେବୀ ରାଜ କୁମାର ମହାନ୍ତ, କୁସୁମି ଜିଲ୍ଲା ପରିଷଦ ସଦସ୍ୟା ପୁତୁଲ ହାଇଵ୍ରୁ,ଭୁତୁକାବାଦୀ ସରପଞ୍ଚ ଠାକୁର ନାଏକ,ସମିତି ସଭ୍ୟା ପାର୍ବତୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଅତିଥିଗଣ ପଡିଆକୁ ଯାଇ ଖେଳାଳି, ନୃତ୍ୟ ଟିମ୍ ଓ ଦର୍ଶକମାନଙ୍କ ସହ ମିଶି ଉତ୍ସାହିତ କରିଥିଲେ ।ଖେଳକୁଦ ପ୍ରତିଯୋଗିତା ବୟସ୍କ ଦୌଡ଼,ବାଳକ ଦୌଡ଼,ବାଳିକା ଦୌଡ଼, ଶିଶୁ ଦୌଡ,ଅଙ୍କ କଷା,ବେଲୁନ ଫଟା ପ୍ରଭୃତି ପ୍ରତିଯୋଗିତା ହୋଇଥିଲା ।ତୁମର କାର୍ଯ୍ୟକ୍ରମ ହୋଇଥିଲା ।ଅତିଥିଗଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ସଭାପତି ବିକାଶ ମହାନ୍ତ,ବସନ୍ତ ମହାନ୍ତ,ପ୍ରଶାନ୍ତ ମହାନ୍ତ,ଟିଙ୍କୁ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଗୋଟିଏ ଦୁର୍ଗମ ଅଞ୍ଚଳରେ ଯୁବ ସମାଜସେବୀ ବିକାଶ ମହାନ୍ତିଙ୍କ ଦ୍ବାରା ବିରାଟ କାର୍ଯ୍ୟକ୍ରମ ଆୟୋଜନ ଓ ଶୃଙ୍ଖଳା ସହ ପରିଚାଳନାକୁ ଅତିଥିଗଣ ପ୍ରଶଂସା କରିଥିଲେ ।