ଗୋପ/ ଜୟନ୍ତ ସେଠୀ: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସାରା ରାଜ୍ୟରେ ବିରୋଧୀ ଦଳ ପକ୍ଷରୁ ଆନ୍ଦୋଳନ , ଧାରଣା , ପ୍ରତିବାଦ ଚାଲିଚି। ଘଟଣାରେ ମନ୍ତ୍ରୀ ଦିବ୍ୟ ସଙ୍କର ମିଶ୍ର ସମ୍ପୃକ୍ତି ଥିବା ଅଭିଯୋଗ ଆଣି ବିରୋଧି ଦଳ ମାନେ ତୁରନ୍ତ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରନ୍ତୁ ବୋଲି ଦାବି କରୁଛନ୍ତି। ହେଲେ ସରକାର କୌଣସି ପଦକ୍ଷେପ ଏ ପର୍ୟ୍ୟନ୍ତ ନେଇ ନାହାନ୍ତି । ଏଣୁ ଏହାର ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ପୁରୀରେ ଶାନ୍ତି ପୂର୍ଣ୍ଣ ଶୋଭାଯାତ୍ରା କରାଯାଇଛି। ଶ୍ରୀମନ୍ଦିର ସିଂହଦ୍ୱାରରେ ପ୍ରଥମେ ଦୀପଦାନ ପରେ ବଡ଼ ଦାଣ୍ଡରୁ ଶୋଭାଯାତ୍ରା ବାହାରି ଗୁଣ୍ଡିଚା ମନ୍ଦିର ନିକଟରେ ଶେଷ ହୋଇଥିଲା। ବିଜେପିର ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ବହୁ ନେତ୍ରୀ ଓ ମହିଳା କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଥିଲେ। ସେହିପରି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ , ବ୍ରହ୍ମ ଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମଧ୍ୟ ଏହି ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇ ଥିଲେ। ବିଜେପି ର ନେତା ମାନେ ରାଜ୍ୟ ସରକାର ଙ୍କୁ କଡା ସମାଲୋଚନା କରିଥିଲେ। ମନ୍ତ୍ରୀ ଦିବ୍ୟ ସଙ୍କର ମିଶ୍ର ଙ୍କ କାର୍ୟ୍ୟକଳାପ ସନ୍ଦେହ ଜନକ ଥିଲେ ମଧ୍ୟ ସରକାର ଏ ନେଇ ତଦନ୍ତ କରିବା ପରିବର୍ତେ ମନ୍ତ୍ରୀ ଙ୍କୁ ସୁରକ୍ଷା ଦେବା ଦୁର୍ଭାଗ୍ୟ ଜନକ ବୋଲି ବିଜେପି କହିଛି। ରାଜ୍ୟ ରେ ବିଜେଡି ର ନେତା ମାନେ ହତ୍ୟା , ଦୁଷ୍କର୍ମ ଘଟଣା ରେ ସମ୍ପୃକ୍ତ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କୌଣସି କାର୍ୟ୍ୟାନୁଷ୍ଠାନ ନେବା ପରିବର୍ତେ ଦୋଷୀ ଙ୍କୁ ଘଣ୍ଟ ଘଉଡାଇବା ଅତ୍ୟନ୍ତ ଲଜ୍ୟା ଜନକ ବୋଲି ବିଜେପି କହିଛି। ସରକାର ତୁରନ୍ତ ମନ୍ତ୍ରୀ ଦିବ୍ୟ ସଙ୍କର ମିଶ୍ର ଙ୍କ ବିରୋଧ ରେ କଡା କାର୍ୟ୍ୟନୁଷ୍ଠାନ ନ ନେଲେ ବିଜେପି ଆଗାମୀ ଦିନରେ ଆହୁରି ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।