ଏସଆଇ ସ୍କାମ୍: ୫ ଦିନିଆ ରିମାଣ୍ଡରେ ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସ

ବ୍ରହ୍ମପୁର: ଏସଆଇ ସ୍କାମ୍ ଘଟଣାରେ ୫ ଦିନିଆ ରିମାଣ୍ଡରେ ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସ । ରିମାଣ୍ଡ ଅନୁମତି ଦେଲେ ବ୍ରହ୍ମପୁର ଜେଏମଏଫସି ରୁରାଲ କୋର୍ଟ । ୭ ଦିନିଆ ରିମାଣ୍ଡରେ ନେବାକୁ ପିଟିସନ କରିଥିଲା କ୍ରାଇମବ୍ରାଞ୍ଚ । ଗତକାଲି କୋର୍ଟରେ ହାଜର କରାଯିବା ପରେ ଜେଲ୍ ପଠାଇ ଦିଆଯାଇଛି । ପୂର୍ବରୁ ଜାମିନ ପାଇଁ ଆବେଦନ କରିଥିଲେ ଶଙ୍କର କିନ୍ତୁ କୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ । ଶନିବାର ଦିନ ଶଙ୍କର ପୃଷ୍ଟିଙ୍କୁ ଉତ୍ତରାଖଣ୍ଡ – ନେପାଳ ସୀମାରୁ ଗିରଫ କରାଯାଇଥିଲା । ଏହା ପରେ ଓଡିଶା ଅଣାଯାଇଥିଲା । କ୍ରାଇମବ୍ରଆଞ୍ଚ ତାଙ୍କୁ ପଚରାଉଚରା ପାଇଁ ସାତଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ । କୋର୍ଟ ଆଜି ଏହି ଆବଦନର ଶୁଣାଣି କରି ପାଞ୍ଚ ଦିନିଆ ରିମାଣ୍ଡର ଅନୁମତି ଦେଇଛନ୍ତି ।

ଏସଆଇ କେଳେଙ୍କାରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ଓ ତାର ସହଯୋଗୀ ମୁନାକୁ ୫ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ଶଙ୍କର ପୃଷ୍ଟି ଏବଂ ସହଯୋଗୀ ମୁନାକୁ ମୁହାଁମୁହିଁ ଜେରା କରିଛି । ଶଙ୍କର ପୃଷ୍ଟି ଠାରୁ ଗୋଟିଏ ଫରଚ୍ୟୁନର, ଦୁଇଟି ଆଇଫୋନ୍ ଏବଂ ପାସପୋର୍ଟ ଜବତ କରାଯାଇଛି । ଗଞ୍ଜାମର ମୂଳ ବାସିନ୍ଦା ଶଙ୍କର ପଞ୍ଚ ସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ନାଁରେ କମ୍ପାନୀ ଖୋଲି ତାର ମ୍ୟାନେଜିଂ ଡାଇରେକ୍ଟର ଭାବେ କାର୍ଯ୍ୟ କରିଆସୁଥିଲା । ଭୁବନେଶ୍ବର ପଟିଆରେ ଏକ ଅଫିସ ଖୋଲି ନେଟୱର୍କ ଚଳାଇଥିଲା । ଶଙ୍କରର ସହଯୋଗୀ ଥିଲେ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା ଓ ଅରବିନ୍ଦ ଦାସ । ସେମାନଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଛି । ଶଙ୍କର ଗିରଫ ହେବା ପରେ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଅନ୍ୟପଟେ ପୂର୍ବ ସରକାର ସମୟରେ ଶଙ୍କର ତାର କମ୍ପାନୀ ଖୋଲିଥିବା ବିଜେପି କହିଛି ।