ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ । ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଲିଖିତ ଉତ୍ତର ।ରାସନ କାର୍ଡ ଧାରୀଙ୍କୁ ଓଜନ ମାପରେ ଠକୁଛନ୍ତି ଡିଲର । ୭୫ଟି ରାସନ ଡିଲରଙ୍କ ବିରୁଦ୍ଧରେ ଆକ୍ସନ ନେବା ସହ ସେମାନଙ୍କ ଲାଇସେନ୍ସ ବାତିଲ କରିଛନ୍ତି ସରକାର । ଚଳିତ ଆର୍ଥିକ ବର୍ଷରେ ୩୬୨୪ ମାମଲାର ତଦନ୍ତ କରାଯାଇ ୭୫ଟି ରାସନ ଡିଲରଙ୍କ ଲାଇସେନ୍ସ ବାତିଲ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
