ବିଗୁଡୁଛି ଦୀପିକାଙ୍କ ସ୍ଵାସ୍ଥ୍ୟବସ୍ଥା, ସ୍ଵାମୀ ସେୟାର କଲେ ଭାବପ୍ରବଣ ଭିଡିଓ 

ମୁମ୍ବାଇ: ଟିଭି ଅଭିନେତ୍ରୀ ଦୀପିକା କକ୍କର ଆଜିକାଲି ତାଙ୍କ ଜୀବନର ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଦୀପିକାଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲିଭର କ୍ୟାନସର ହୋଇଛି। ଏନେଇ କିଛିଦିନ ପୂର୍ବରୁ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଥିଲେ । ତେବେ ଏହାରି ଭିତରେ ତାଙ୍କ ସ୍ଵାସ୍ଥ୍ୟକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । 

ଦୀପିକାଙ୍କ ସ୍ଵାମୀ ସୋଏବ ଇବ୍ରାହିମ ସମ୍ପ୍ରତି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା କକ୍କରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ଭାବପ୍ରବଣ ଅପଡେଟ୍ ସେୟାର କରିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ ଦୁହେଁ ବର୍ତ୍ତମାନ ଦୀପିକାଙ୍କ ସର୍ବଶେଷ ରକ୍ତ ପରୀକ୍ଷା ରିପୋର୍ଟ ପାଇଁ ଅପେକ୍ଷା କରିଛନ୍ତି, ଯାହା ଆସନ୍ତାକାଲି ଆସିବାକୁ ଯାଉଛି । ତାଙ୍କ ନିୟମିତ ହସ୍ପିଟାଲ ଗସ୍ତର ଏକ ଝଲକ ଦେଇ ସୋଏବ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ କହିଛନ୍ତି, “ଆମେ ଗତକାଲି ରକ୍ତ ନମୁନା ଦେବା ପାଇଁ ହସ୍ପିଟାଲ ଯାଇଥିଲୁ। ଦେଖାଯାଉଛି ଯେ ଆମକୁ ପ୍ରତି ତିନି ମାସରେ କିମ୍ବା ହୁଏତ ପ୍ରତି ଦୁଇ ମାସରେ ଯିବାକୁ ପଡିବ। ରିପୋର୍ଟ ଆସନ୍ତାକାଲି ସୁଦ୍ଧା ଆସିବ।”

 

View this post on Instagram

 

A post shared by Bollywood News (@bolly_newssss)

ଦୀପିକାଙ୍କ ସ୍ୱାମୀ ସୋଏବ ଇବ୍ରାହିମ କହିଥିଲେ ଯେ ତାଙ୍କର ଟେନିସ୍ ବଲ୍ ଆକାରର ଏକ ଟ୍ୟୁମର ହୋଇଥିଲା। ପରେ ସେ ଜାଣିବାକୁ ପାଇଲେ ଯେ ଟ୍ୟୁମରଟି ଦ୍ୱିତୀୟ ପର୍ଯ୍ୟାୟ କର୍କଟ ରୋଗ। ଦୀପିକାଙ୍କ ଚିକିତ୍ସା ବର୍ତ୍ତମାନ ଚାଲିଛି।