ପରଲୋକରେ “ଶିବ”

0

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାରେ ଥିବା ଜାମଦା ଶାଖା, ଆଦିବାସୀ ସାମାଜିକ-ଶିକ୍ଷା ଏବଂ ସଂସ୍କୃତି ସଂଘ (ଆସେକା)ର ସଭାପତି ତଥା ଜାମଦା ବ୍ଲକ୍ ଆଜ୍ସୁ ଆନ୍ଦୋଳନର ଲଢୁଆ ଶିବନାଥ ମୁର୍ମୁ ପରଲୋକ ହୋଇଛି ।ସେ ପୂର୍ବତନ ସମ୍ପାଦକ, ତାରଣା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟ ଥିଲେ । ଶିବନାଥ ମୁର୍ମୁ ବୃକକ୍ ରୋଗରେ ପୀଡିତ ଥାଇ ସୋମବାର ଦିନ ନିଶାର୍ଦ୍ଧରେ ସ୍ତ୍ରୀଙ୍କ ସହିତ ଦୁଇ ପୁଅ ଓ ଦୁଇ ଝିଅଙ୍କୁ ଅନାଥ କରି ପରଲୋକ ଗମନ କରିଛନ୍ତି । ତାଙ୍କର ମୃତ୍ୟୁ ଖବର ପ୍ରଶାରୀତ ହେବା ପରେ ଜାମଦା ବ୍ଲକ ଅଞ୍ଚଳ ଶୋକର ଛାୟା ଖେଳି ଯାଇଥିଲା ।

ମୃତ୍ୟୁ ସମ୍ବାଦ ଶୁଣି ମୂଖ୍ୟ ଆସେକା ସଂଘରୁ ସାମାଜିକ ବିଭାଗ ଅଧ୍ୟକ୍ଷ ସୂର୍ଯ୍ୟ ହେମ୍ବ୍ରମ, ବିଜାତଳା ଆସେକା ସଭାପତି ଲକ୍ଷ୍ମଣ କିସ୍କୁ, ଦୁଖିଶ୍ୟାମ ହାଁସଦାଃ, ପୂର୍ବତନ ବିଧାୟକ ଶ୍ୟାମଚରଣ ହାଁସଦାଃ, ଦୁନ୍ଦୁ ପିଢ ପାର୍ଗାନା ଫୁଦାନ୍ ସୋରେନ୍, ପାଳସା ପିଢ ପାର୍ଗାନା ଭାଗିରଥି ହାଁସଦାଃ, ଜାରକାଣୀ ବିଓ ଆସେକା ସଭାପତି ଦୁର୍ଗା ହେମ୍ବ୍ରମ୍, ଜାମଦା ବିଓ ଆସେକା ଉପ ସଭାପତି ଲକ୍ଷ୍ମଣ ଟୁଡୁ, ସମ୍ପାଦକ ଦୁଖୁରାମ ମୁର୍ମୁ, କଷାଧ୍ୟକ୍ଷ ବାସ୍ତା ମାର୍ଣ୍ଡି, ସଦସ୍ୟ ଉଦୟନାଥ କିସ୍କୁ, ସବାନ ହାଁସଦାଃ, ଯାମଦା ବ୍ଲକ ପୂର୍ବତନ ଅଧ୍ୟକ୍ଷା ହେଲେନା ବାଗେ, ଅବସର ପ୍ରାପ୍ତ ଶିକ୍ଷକ ସଂଘର ସଭାପତି ସନ୍ତୋଷ ନନ୍ଦ, କଂଗ୍ରେସରୁ ଏମ୍ଡି ଇନ୍ତିଖାବ ଶୋକ ସନ୍ତୋପ ପରିବାରଙ୍କୁ ସାନ୍ତନା ଦେଇ ଆଦିବାସୀ ରୀତିନୀତିରେ ଶବକୁ ଶତ୍କାର କରା ଯାଇଥିଲା ।