ବ୍ୟୁରୋ: ଜଘନ୍ୟ ହତ୍ୟା କରିଛି ଶିବ । ତାଲିବାନ ଶାସନ ଠାରୁ ବି ଭୟଙ୍କର ଥିଲା ଶିବର କାଣ୍ଡ । ଏକାସାଙ୍ଗରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରି ବଂଶ ନିପାତ କରିଦେଇଛି । ଯେଉଁ ହତ୍ୟାକାରୀଙ୍କୁ ଯେତେ କ୍ଷମା ଦେଲେ ବି କମ୍ ହେବ । ଯଦି ଓଡିଶାରେ ଏଭଳି ଘଟୁଛ. ତାହେଲେ ଆଇନ ଢିଲା ବୋଲି ସାଧାରଣ ଲୋକ କହୁଛନ୍ତି ।
ଖୋଦ୍ ଆଇନମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳୀରେ ଏଭଳି ଘଟଣା ଘଟୁଛି, ଯାହା ଓଡିଶା ପାଇଁ ନିନ୍ଦନୀ ବୋଲି ଜଣେ ଶ୍ରମିକ ନେତା କହିଛନ୍ତି । ନିକଟରେ ଡର୍ବଲ ମର୍ଡର ହୋଇଥିଲା, ଏବେ ପୁଣି ୫ ଜଣଙ୍କୁ ହତ୍ୟା । ଭାରତୀୟ ପିଙ୍ଗଳ କୋର୍ଟ ଅନୁଯାୟୀ, ସେମିତି କିଛି କଠୋର ଦଣ୍ଡ ପାଇଁ ଆଇନ ହୋଇନାହିଁ ,ତଥାପି ଓଡିଶାର ସରକାର କିଛି ବିଧବଦ୍ଧ ଭାବେ ଅଭିଯୁକ୍ତ ଶିବକୁ ଦଣ୍ଡ ଦିଅନ୍ତେ ,ତାହେଲେ ଲୋକଙ୍କର ଆଇନ ପ୍ରତି ବିଶ୍ୱାସ ଆସନ୍ତା ବୋଲି କହିଛନ୍ତି ।
ଏମିତି ବହୁତ ଘଟଣା ଘଟିଲାଣି , ସବୁ ଚାପି ହୋଇଯାଇଛି । ବେବିନା ଠାରୁ ଆରମ୍ଭ କରି ମମିତା ପର୍ଯ୍ୟନ୍ତ ମୃତ୍ୟୁ ଘଟଣା ସବୁ ଫାଇଲ ତଳେ ରହିଯାଇଛି । ଏହି ଘଟଣାକୁ ବି ଚପାଇ ଦିଆଯିବ, ଏଇଟା କେଉଁ ସାଧରଣ କଥା ନୁହେଁ, ଏନେ ଓଡିଶାବାସୀ କଂସାରୀ ଘର ପାରାହୋଇଗଲାଣି ବୋଲି କହୁଛନ୍ତି ସାଧାରଣ ଜନତା ।
ତେବେ ଜମିଜମା ବିବାଦକୁ କୁସୁପୁରରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିଲା। ମୃତକଙ୍କ ସାନ ଭାଇ ଶିବ ସାହୁ ବଡ଼ ଭାଇର ପରିବାରକୁ ନିପାତ କରି ଦେଇଥିଲା। ବଡ଼ ଭାଇ, ଭାଉଜ, ଝିଆରୀ ଓ ୨ ପୁତୁରାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସାନ ଭାଇ ଶିବ ସାହୁ। ଯେଉଁ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ।