ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଶିବସେନା

ନୂଆଦିଲ୍ଲୀ: କିଛିଦିନ ତଳେ ଶିବସେନାର ବରିଷ୍ଠ ନେତା ଏକନାଥ ସିନେ୍ଧଙ୍କ ବିଦ୍ରୋହ ଯୋଗୁ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା। ସଂପ୍ରତି ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ପରିବର୍ତ୍ତେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ଲାଗି ଶିବସେନାର ସାଂସଦମାନେ ଦାବି କରିଥିଲେ। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଦଳ ସ୍ପଷ୍ଟ କରିଛି ଯେ ଏହାର ଅର୍ଥ ନୁହେଁ ଯେ ଶିବସେନା ବିଜେପିକୁ ସମର୍ଥନ କରୁଛି। ତେବେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତଙ୍କ କହିବା କଥା ଦଳ ଯାହା ଠିକ ମନେ କରେ ତାହା କରେ। ଦଳ ଅତୀତରେ କଂଗ୍ରେସ ସମର୍ôଥତ ପ୍ରାର୍ଥୀ ଟିଏନ ଶେଷାନ, ପ୍ରତିଭା ପାଟିଲ ଏବଂ ପ୍ରଣବ ମୁର୍ଖାଜୀଙ୍କ ପରି ୟୁପିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛି। ଦଳ ସବୁବେଳେ ରାଜନୀତରୁ ଊର୍ଦ୍ଧରେ ରହିବାକୁ ଚାହେଁ। ଜାତୀୟ ସ୍ୱାର୍ଥରେ ଲୋକଙ୍କୁ ସମର୍ଥନ କରିବାରେ ଆମେ ବିଶ୍ୱାସ କରୁ ବେଲି ମୁଖପାତ୍ର ଶ୍ରୀ ରାଉତ କହିଛନ୍ତି। ସୋମବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବାସଭବନରେ ଅନୁଷ୍ଠିତ ସାଧାରଣରେ ବୈଠକେ ଦଳର ୧୬ ଜଣ ସାଂସଦ ଦୌପଦୀଙ୍କୁ ସମର୍ଥନ କରିବା ଲାଗି ଅନୁରୋଧ କରିଥିଲେ। ମହାରାଷ୍ଟ୍ରରେ ବହୁ ଆଦିବାସୀ ବସବାସ କରନ୍ତି। ଏହାଛଡା ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ଓ ମହିଳା ତେଣୁ ତାଙ୍କୁ ଭୋଟ ଦେବା ଆବଶ୍ୟକ ବୋଲି ଶିବସେନା ସାଂସଦ ଗଜାନନ କାର୍ତ୍ତିକେୟ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସୂଚନା ଅନୁସାରେ ଶିବସେନାରେ ମୋଟ ୧୯ ଜଣ ସାଂସଦ ରହିଛନ୍ତି।