କଟକ:- ରାଜ୍ୟରେ ଥମୁନି ଲଜ୍ଜା । କଟକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଘଟିଛି ଲଜ୍ଜାଜନକ ଘଟଣା । ଏକ ଅଟୋ ଭିତରେ ନାବାଳିକାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଗତ ୮ ତାରିଖରେ ଘଟଣା ଘଟିଥିବାବେଳେ ଏନେଇ ଚାଉଳିଆଗଞ୍ଜ ଥାନାରେ ମାମଲା ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ନାବାଳିକା ଜଣକ ନିଜ ବାନ୍ଧବୀଙ୍କ ସହ ଜଗତପୁରରୁ କଟକ ଆସିଥିଲେ । କାମ ସାରି ଫେରିବାବେଳେ ସେ ଅସଦାଚରଣର ଶୀକାର ହୋଇଥିଲେ । ନାବାଳିକାଙ୍କ ବାନ୍ଧବୀ ଅଟୋରୁ ଓହ୍ଲାଇ ପାଣି ଆଣିବାକୁ ଯାଇଥିବାବେଳେ, ଅଟୋ ଚାଳକ ଜଣକ ପଛ ସିଟ୍ କୁ ଆସି ଏଭଳି କାଣ୍ଡ ଘଟଣାଥିବା ଜଣାପଡିଛି । ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।