ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକରେ ୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି

ଭୁବେନେଶ୍ୱର:- ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକରେ ଆଜି ୬ଟି ବିଭାଗର ୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାର କୃଷି, ଅର୍ଥ, ସ୍ବାସ୍ଥ୍ୟ, ପରିବହନ, ସଂସ୍କୃତି ଓ ସମବାୟ ବିଭାଗରୁ ଏହି ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ଦେଇଛନ୍ତି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

  • ସମବାୟ ବିଭାଗ ର ହେବ ମଡେଲ ମଣ୍ଡି । ୩୮ ଟି ମଣ୍ଡି ହେବ ପ୍ରଥମ ପର୍ଯାୟ ରେ ଖର୍ଚ୍ଚ ହେବ ୩୦୦ କୋଟି । ଗୋଦାମ, ଶୌଚାଳୟ, ଟ୍ରକ ପାର୍କିଂ ଆଦି ସୁବିଧା ରହିବ । ଦ୍ୱତୀୟ ପର୍ଯାୟ ରେ ୬୮ ମଣ୍ଡି ହେବ ।
  • ବିମାନ ସେବା କ୍ଷେତ୍ର ରେ ଓଡ଼ିଶା ହେବ ଆଞ୍ଚଳିକ ହବ୍ । ବିଶ୍ୱ ସ୍ତରୀୟ ରକ୍ଷଣା ବେକ୍ଷଣା ବ୍ୟବସ୍ଥା ବିଜୁ ପଟ୍ଟନାୟକ ବିମାନ ବନ୍ଦର ରେ ସୃଷ୍ଟି ହେବ । ବିମାନ ରକ୍ଷଣ ବେକ୍ଷଣ ପାଇଁ ୪୦ ପ୍ରତିଶତ ସବସିଡି ରେ ଜମି ରେଣ୍ଟ ଦେବେ ସରକାର । ଭୁବେନେଶ୍ୱର ବିମାନ ବନ୍ଦର ଭିତରେ ଜଗା ଦେବେ । MS ଏୟାର ୱାର୍କସ ଇଣ୍ଡିଆ PVT LTD କମ୍ପାନୀ କୁ ଚୟନ କରିଛନ୍ତି ସରକାର ।
  • ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ରେ ସ୍ୱତନ୍ତ୍ର ସଂଗ୍ରହଳୟ ପାଇଁ ନିଯୁକ୍ତି ପାଇଁ ଗଠନ ହେବ କ୍ୟାଡର । ମୁଖ୍ୟ ରହିବେ ଅତିରିକ୍ତ ସଚିବ ପାହ୍ୟା ଅଧିକାରୀ । ରାଜ୍ୟରେ ୧୭ ଟି ମ୍ୟୁଜିୟମ ଥିବା ବେଳେ ଆଗକୁ ୩୯ ଟି ମ୍ୟୁଜିୟମ କରିବା କୁ ଯୋଜନା କରୁଛନ୍ତି ସରକାର ।
  • ସହର ରେ LED ଲାଇଟ ଲାଗିବ । ନୂଆ ଲାଇଟ ଲାଗିବା ସହ ପୁରୁଣା ଲାଇଟ ମରାମତି ହେବ ଖର୍ଚ୍ଚ ହେବ ୩୫୦ କୋଟ ।
  • ସମ୍ବଲପୁର ସହର ରେ ୩୮୨ କୋଟି ଟଙ୍କା ଖର୍ଚ୍ଚ ରେ ୨୪ ଘଣ୍ଟିଆ ପାଣି ମିଳିବ । ହୀରାକୁଦ ଡ୍ୟାମ ରୁ ଆସିବ ପାଣି ।
  • ଓଡ଼ିଶା ନର୍ସିଂ ଶିକ୍ଷା ବ୍ୟବସ୍ଥା ରେ ସଂସ୍କାର । ରାଜ୍ୟରେ ୮ ଟି ସରକାରୀ ନର୍ସିଂ କଲେଜ ସହ ୨୧ ଟି ଏଏନଏମ ସେଣ୍ଟର ଅଛି ଆଉ ୭ ଟି ନୂଆ ନର୍ସିଂ କଲେଜ ଖୋଲିବେ ସରକାର ।