ଅନାଥ ପରିବାର ପ।ଇଁ ‘ସେବା’

ସାଲେପୁର(ତାରାକାନ୍ତ ନାୟକ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁର ଗ୍ରାମର ଦୁଇ ଅନାଥ ପରିବାରକୁ ସହାୟତାର ହାତ ବଢ।ଇଛି ସ୍ୱେଚ୍ଛାସେବୀ ସଂଗଠନ ‘ସେବା’ । ଉଭୟଙ୍କୁ ସଂଗଠନ ତରଫରୁ ଆର୍ଥିକସହାୟତା ସହିତ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ଗ୍ରାମର ବାବାଜୀ ମଲ୍ଲିକଙ୍କ ମୃତ୍ୟୁ ପରେ ପତ୍ନୀ ସବିତା ମଲ୍ଲିକ ଏବଂ ଏକ ମାତ୍ର ନାବାଳକ ପୁତ୍ର ଜଗନ୍ନାଥ ମଲ୍ଲିକ ଅନାଥ ହୋଇଯାଇଥିଲେ । ତେବେ ସଂଗଠନର ଅଧକ୍ଷ ବିକାଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ସଂପାଦକ ପର୍ଶୁରାମ ଦିକ୍ଷୀତ, ସୋମନାଥ ସାହୁ, ଅଶୋକ କୁମାର ଦାସ, ବସନ୍ତ କୁମାର ଜେନା,ଆକାଶ ପ୍ରଧାନ, ସମାଜସେବୀ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ମୃତ ବାବାଜୀଙ୍କ ଘରେ ପହଞ୍ଚି ସେମାନଙ୍କ ପରିସ୍ଥିତି ବୁଝିଥିଲେ । ଏଥିସହ ତାଙ୍କ ନାବାଳକ ପୁତ୍ର ଏବଂ ବିଧବା ପତ୍ନୀଙ୍କୁ ସହାୟତା ରାଶି ସହ ବିଭିନ୍ନ ରାସନ୍ ସାମଗ୍ରୀ ପ୍ରଦାନ କରିଛି ସ୍ୱେଚ୍ଛାସେବୀ ସଂଗଠନ ‘ସେବା’।