ଦାଦନ ଶ୍ରମିକଙ୍କ ସମସ୍ୟା ଦୂର କରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ

ଭୁବନେଶ୍ୱର: ଦାଦନ ଶ୍ରମିକଙ୍କ ସମସ୍ୟା ଦୂର କରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିବାକୁ ସୋମବାର ଘୋଷଣା କରିଛନ୍ତି ଓଡିଶା ସରକାର ।

ସୂଚନା ଅନୁସାରେ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଟାସ୍କଫୋର୍ସର ଚେୟାରମ୍ୟାନ ହେବାକୁ ଥିବାବେଳେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଏହାର ସଦସ୍ୟ ରହିବେ। ମୁଖ୍ୟ ସଚିବ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଅନୁ ଗର୍ଗ ମଧ୍ୟ ଟାସ୍କଫୋର୍ସର ସଦସ୍ୟ ରହିଛନ୍ତି। ସେହିଭଳି ଆବଶ୍ୟକ ସ୍ଥଳେ ଅନ୍ୟ ବିଭାଗର ମନ୍ତ୍ରୀ ଏବଂ ସଚିବମାନଙ୍କୁ ଟାସ୍କଫୋର୍ସରେ ଅନ୍ତର୍ଭୁକ୍ତ କରାଯିବ।