ଭିଜିଲାନ୍ସ ଜାଲରେ ସିନିୟର୍ ରେଭେନ୍ୟୁ ଆସିଷ୍ଟାଣ୍ଟ

ପୁରୀ/ଜୟନ୍ତ କୁମାର ସେଠି : ଭିଜିଲାନ୍ସ ଜାଲରେ ପୁରୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରି। 50 ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ସିନିୟର୍ ରେଭେନ୍ୟୁ ଆସିଷ୍ଟାଣ୍ଟ ଜିତୁ ରଂଜନ ଛାଟୋଇ। ଜଣେ ବ୍ୟକ୍ତିଙ୍କ ଜମିକୁ ଘର ବାଡ଼ି କିସମ କରିବା ନେଇ 50 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଏହି ଚଢାଉ କରାଯାଇ ଜିତୁ ରଂଜନ ଛାଟୋଇଙ୍କୁ ଗିରଫ କରଯାଇଛି। ତେବେ ଭିଜିଲାନ୍ସ ପକ୍ଷରୁ ଜିତୁ ରଂଜନଙ୍କ ଘର ପିପିଲିର ଶିଉଳାମାଟିଆପଡ଼ା ମଧ୍ୟ ଚଢ଼ାଉ କରାଯାଇ ତାଙ୍କର ଆୟ ବହିର୍ଭୁତ ସମ୍ପତିର ଯାଞ୍ଜ କରାଯାଉଅଛି।