ଭୁବନେଶ୍ୱର: ଓଏଏସ୍ ସ୍ତରରେ ଅଦବଦଳ । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି । ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ତଥା ଓଏଏସ୍ ସୁରଥ୍ ଚନ୍ଦ୍ର ମଲ୍ଲିକଙ୍କୁ ବଦଳି କରାଯାଇ ଭୁବନେଶ୍ୱରସ୍ଥିତ ଜେଲ୍ ନିର୍ଦ୍ଦେଶାଳୟରେ ଅତିରିକ୍ତ ଜେଲ୍ ଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ଏଥି ସହ ବରିଷ୍ଠ ଓଏଏସ୍ ସୀତାରାମ ପଟେଲଙ୍କୁ ଭୁବନେଶ୍ୱରରୁ ବଦଳି କରାଯାଇ ସମ୍ବଲପୁରସ୍ଥିତ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବେ ନିଯୁକ୍ତି କରାଯାଇଛି । ସେହିପରି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ଓ ସେ ଅତରିକ୍ତ ଭାବେ ଟିଚର୍ସ ଟ୍ରେନିଂ ଆଣ୍ଡ ଏସସିଇଆରଟି ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ୟ୍ୟ କରିବେ।
ସେହିପରି ବରିଷ୍ଠ ଓଏଏସ୍ ବିରଂଚି ନାରାୟଣ ଦରୱାନଙ୍କୁ କଳାହାଣ୍ଡି ଜିଲ୍ଲା ପରିଷଦ ଅତିରିକ୍ତ ଏକଜ୍ୟୁଟିଭ ଅଫିସର ଭାବେ ବଦଳି କରାଯାଇଛି । ଓଏଏସ୍ ଟୁନା ମେହେରଙ୍କୁ କଳାହାଣ୍ଡି ଜିଲ୍ଲା ଥୂଆମୂଳ ରାମପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ଓଏଏସ୍ ସୁରେନ୍ଦ୍ର ମେହେରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅତିରିକ୍ତ ଏକଜ୍ୟୁଟିଭ ଅଫିସର, ଓଏଏସ୍ ରାଖାଲ ଚନ୍ଦ୍ର ପରିଡ଼ାଙ୍କୁ ବାରିପଦା ମ୍ୟୁନିସପାଲଟିର ଏକଜ୍ୟୁଟିଭ ଅଫିସର ଏବଂ ଓଏଏସ୍ ଅଶୋକ କୁମାର ଲେଙ୍କାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି କରାଯାଇଛି।