ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ର ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଘଣ୍ଟେଶ୍ୱର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ସଭାରେ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଅତୁଲ କୁମାର ପରିଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଡ଼ିଓ ସଂଜୀବ କୁମାର ମହାପାତ୍ର, ମୁଖ୍ୟ ବକ୍ତା କୈଳାଶ ଚନ୍ଦ୍ର ମହାପାତ୍ର, ସମ୍ମାନନୀୟ ଅତିଥି ବରିଷ୍ଠ ନାଗରିକ ସଂଘ ର ଭଦ୍ରକ ଜିଲ୍ଲା ସଭାପତି ଅଜୟ ନାୟକ, ଗିରିଧାରୀ ନାଥ, ରାଜେଶ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ବାଂଶଡା ଥାନାର ଅବସରପ୍ରାପ୍ତ ଏଏସଆଇ ବରୁଣ କୁମାର ଗିରିଙ୍କୁ ବରିଷ୍ଠ ନାଗରିକ ସଙ୍ଘ ତରଫରୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ନାଗରିକ ଙ୍କ ଗହଣରେ ଭାବପ୍ରବଣ ହୋଇଯାଇଥିଲେ ବିଡ଼ିଓ ସଂଜୀବ ମହାପାତ୍ର ଆଜିର ଯୁବ ପିଢ଼ି ନିଜ ଜନ୍ମ ଦାତା ପିତା ମାତା ଙ୍କ ପ୍ରତି କରୁଥିବା ଦାୟିତ୍ୱହୀନତା ବିଷୟରେ ବିଡ଼ିଓ ଙ୍କର ଓଜସ୍ୱୀ ମର୍ମସ୍ପର୍ଶୀ ବକ୍ତବ୍ୟ ଶୁଣି ଉପସ୍ଥିତ ବରିଷ୍ଠ ନାଗରିକ ମାନେ ମଧ୍ୟ ଭାବ ବିହ୍ଵଳ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ବରିଷ୍ଠ ନାଗରିକ ମାନଙ୍କୁ ଏହି କାର୍ଯ୍ୟକ୍ରମ ରେ ପରିଚୟ ପତ୍ର ପ୍ରଦାନ କରାଯାଇଥଲା ।