ନୂଆଦିଲ୍ଲୀ:- ଏସବିଆଇ ଗ୍ରାହକଙ୍କୁ ବଡ଼ ଝଟକା । ଏବେ ଅନଲାଇନରେ ଟଙ୍କା ପଠାଇବା ହେବ ମହଙ୍ଗା । ଏସବିଆଇ ଇମିଡିଏଟ୍ ପେମେଣ୍ଟ୍ ସର୍ଭିସ୍ ମାଧ୍ୟମରେ ଅନଲାଇନରେ ଟଙ୍କା ପଠାଇବା ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛି । ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ ବୁଧବାର ଦିନ ଏକ ଘୋଷଣାରେ ଇମିଡିଏଟ୍ ପେମେଣ୍ଟ ସର୍ଭିସ ମାଧ୍ୟମରେ ଫଣ୍ଡ ଟ୍ରାନ୍ସଫର୍ ପାଇଁ ଲାଗୁ ହେଉଥିବା ଚାର୍ଜରେ ପରିବର୍ତ୍ତନ ଘୋଷଣା କରିଛି । ଏହି ନୂଆ ଚାର୍ଜ ୧୫ ଅଗଷ୍ଟ ୨୦୨୫ ଠାରୁ ଲାଗୁ ହେବ । ଏହି ପରିବର୍ତ୍ତନ ଖାସ କରି ଖୁଚୁରା ଗ୍ରାହକଙ୍କ ପାଇଁ ହେବାକୁ ଯାଉଛି । ଏହି ପରିବର୍ତ୍ତନଗୁଡ଼ିକ ସେପ୍ଟେମ୍ବର ୮ ରୁ କର୍ପୋରେଟ୍ ଗ୍ରାହକଙ୍କ ପାଇଁ ଲାଗୁ ହେବ । ତେବେ ଏସବିଆଇର ଏହି ନିୟମ ପ୍ରାୟ ୪୦ କୋଟି ଗ୍ରାହକଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି ।