ଖୋର୍ଦ୍ଧା: ମାଛଧରା ଘଟଣାକୁ ନେଇ ଗାେଁରେ ହୋଇଛି ତୁମୁଳ କାଣ୍ଡ । ଗାଁ ପୋଖରୀରେ ମାଛଧରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ । ପୁରୀ କୃଷ୍ଣପ୍ରସାଦ ବ୍ଲକ ଝାରକଟା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏହି ଗାଁରେ ଦୁଇଟି ସାହି ମଧ୍ୟରେ ଗତ କିଛି ବର୍ଷ ହେଲା ବିବାଦ ଲାଗି ରହିଥିଲା । ତେବେ ଏହି ସମୟରେ ଗତକାଲି ମାଛଧରା ଘଟଣାକୁ କେନ୍ଦ୍ର କରି ମୁହାଁମୁହିଁ ହୋଇଥିଲେ ସାନସାହି ଏବଂ ବଡସାହି । ଘଟଣା ଏତେ ଉଗ୍ର ରୂପ ନେଇଥିଲା ଯେ, ପରବର୍ତ୍ତୀ ସମୟରେ ଏହା ରକ୍ତାକ୍ତ ସଙ୍ଘର୍ଷରେ ପରିଣତ ହୋଇଥିଲା । ଏହି ମାରପିଟରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛି । ତେବେ ଗାଁରେ ଚାପା ଉତ୍ତେଜନା ଏବେ ବି ଲାଗି ରହିଥିବା ସୂଚନା ମିଳିଛି ।