ଗୋପ(ଜୟନ୍ତ କୁମାର ସେଠୀ): ଆଜି ପୁରୀ ଜିଲ୍ଲା ଏମାର ମଠରେ ପ୍ରଶାସନ ପକ୍ଷରୁ ଚାଲିଥିବା ତଲାସୀ ଅଭିଯାନ ହୋଇଛି । ମେଟାଲ ଡ଼ିଟେକ୍ଟର ସାହାଯ୍ୟରେ ତଲାସୀ କରାଯାଇ କିଛି ଜାଗାରେ ରଙ୍ଗ ଲଗାଯାଇ କେବଳ ମାର୍କିଂ କରାଯାଇଛି । ତେବେ ବୈଷୟିକ ଟିମର ରିପୋର୍ଟ ଆସିବା ପରେ ଏ ନେଇ ପରବର୍ତୀ ପଦକ୍ଷେପ ନିଆଯିବ । ମଠ ଅଗଣା ନିକଟ ପ୍ରବେଶ ଦ୍ୱାର ଚଟାଣ ଓ ଠାକୁରଙ୍କ ଗାଦି ଘର ସାମ୍ନା ଚଟାଣରେ ମାର୍କିଂ କରାଯାଇଛି । ତେବେ ମେଟାଲ ଡ଼ିଟେକ୍ଟରରେ ତଲାସୀକୁ ନେଇ ସନ୍ତୁଷ୍ଟ ହୋଇ ନାହାନ୍ତି ଏମାର ମଠ ଅନ୍ତରୀଣ ଟ୍ରଷ୍ଟ । ମେଟାଲ ଡ଼ିଟେକ୍ଟରରେ ମାତ୍ର ମାଟି ର ଦେଢ଼ ଫୁଟ ଯାଏ ସ୍କାନିଂ ହୋଇ ପାରିବ । ତେଣୁ ଏହା ବଦଳରେ ଆଉ କିଛି ଅତ୍ୟାଧୁନିକ ମେସିନ ସାହାଯ୍ୟରେ ମାଟି ତଳୁ ତଲାସୀ କରିବାକୁ ଏମାର ମଠ ଅନ୍ତରୀଣ ଟ୍ରଷ୍ଟ ସଦସ୍ୟ କହିଛନ୍ତି । ଏ ନେଇ ଦେବୋତ୍ତର କମିସନ ଙ୍କୁ ପୁଣି ଅବଗତ କରାଯିବ ବୋଲି କୁହାଯାଇଛି । ଏମାର ମଠରୁ କିଛି ଗୁପ୍ତ ଧନ ଥିବା ଆଶଙ୍କା କରି ପୁଣି ତଲାସୀ କରିବାକୁ ଅନ୍ତରୀଣ ଟ୍ରଷ୍ଟ ପକ୍ଷରୁ ଦେବୋତ୍ତର ବିଭାଗକୁ ଅଗଗତ କରାଯାଇଥିଲା।