ସେ ଆମ ଫାଉଣ୍ଡେସନ ତରଫରୁ ବିଶ୍ୱ ଖାଦ୍ୟ ଦିବସ ପାଳିତ
‘କ୍ଷୁଧା ମୁକ୍ତ ଓଡିଶା’ ପଦକ୍ଷେପ ଅନ୍ତର୍ଗତ ଶପଥ ଗ୍ରହଣ ସମାରୋହ ସହିତ ବିଶ୍ୱ ଖାଦ୍ୟ ଦିବସ ପାଳନ କରିଲା ସୋ ଆମ ଆଇ ଫାଉଣ୍ଡେସନ୍
ଭୁବନେଶ୍ୱର: କ୍ଷୁଧା ଏବଂ ପୃଷ୍ଟିହୀନତାର ମୁକାବିଲା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ଏକ ଅଣଲାଭକାରୀ ସଂସ୍ଥା ସୋ ଆମ୍ ଆଇ ଫାଉଣ୍ଡେସନ୍ ‘ବିଶ୍ୱ ଖାଦ୍ୟ ଦିବସ’ ପାଳନ କରିଛି । ଆମ୍ ଆଇ ଫାଉଣ୍ଡେସନ୍ ର ଞ୍ଛକ୍ଷୁଧା ମୁକ୍ତ ଓଡିଶା‛ପଦକ୍ଷେପ ଅଧିନରେ ଓଡିଶା ତଥା ବିଶ୍ୱରେ ଖାଦ୍ୟ ନିରପତ୍ତା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସଚେତନା ସୃଷ୍ଟି କରିବା ପାଇଁ ଶପଥ ସମାରୋହ ଆୟୋଜିତ ହୋଇଥିଲା । ଏହା ସହ କ୍ଷୁଧା ଏବଂ ପୃଷ୍ଟିହୀନତା ସମ୍ବନ୍ଧରେ ଏକ ପ୍ୟାନେଲ୍ ଆଲୋଚନା ଚକ୍ର ହୋଇଥିଲା । ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗଦେଇ କହିଛନ୍ତି ଯେ ଞ୍ଛସୋ ଆମ୍ ଆଇ ଫାଉଣ୍ଡେସନ ଦ୍ୱାରା ‘କ୍ଷୁଧା ମୁକ୍ତ ଓଡ଼ିଶା’ ପକ୍ଷେପକୁ ହୃଦୟରୁ ସମର୍ଥନ କରୁଛି । ଖାଦ୍ୟ ହେଉଛି ମଣିଷର ଏକ ମୌଳିକ ଅଧିକାର ସଦୃଶ ଏବଂ ସୁନିଶ୍ଚିତ କରିବା ଯେ କେହି ଭୋକିଲା ନ ହୁଅନ୍ତି । ଏ
ହି କାରଣରୁ ମୁଁ ଆମ୍ ଆଇ ଫାଉଣ୍ଡେସନର ପ୍ରତିବଦ୍ଧତା ପ୍ରଶଂସନୀୟ । ‘କ୍ଷୁଧାମୁକ୍ତ ଓଡ଼ିଶା’ ପଦକ୍ଷେ ଆମ ଅଞ୍ଚଳ ପାଇଁ ଉଜ୍ଜ୍ୱଳ, ପୁଷ୍ଟିକର ଭବିଷ୍ୟତ ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ।‛ ଏକ ଫ୍ଲି୍ ମାର୍କେଟର ଆୟୋଜନ କରାଯାଇଥିଲା ଯେଉଁଠାରେ ଓଡ଼ିଶାର ସଂସ୍କୃତି ଏବଂ ଐତିହ୍ୟକୁ ଦର୍ଶାଉଥିବା ବିଭିନ୍ନ ଦେଶୀ ଦ୍ରବ୍ୟର ଷ୍ଟଲ୍ ରଖାଯାଇଥିଲା । ଏହାବ୍ୟତୀତ ଏହି ସମାରୋହରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ମେଡିକାଲ୍ ପଦକ୍ଷେପରେ ସୋ ଆମ୍ ଆଇ ରେଣ୍ଡରିଂ ସହାୟତା ଅଧୀନରେ ଆମ୍ ଆଇ ଫାଉଣ୍ଡେସନ୍ ଡିସେମ୍ବର ୨୦୨୨ରୁ ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରେ ୧.୫ ଲକ୍ଷରୁ ଅଧିକ ରୋଗୀ ଏବଂ ସେମାନଙ୍କ ସେବକମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଉଛି