ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାର ସବୁ ସ୍କୁଲ୍ ଛୁଟି । ସ୍କୁଲ୍ ଛୁଟି ଘୋଷଣା କଲେ ମାଲକାନଗିରି ଜିଲ୍ଲାପାଳ । ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା । ସମ୍ଭାବ୍ୟ ଅବପାତଜନିତ ବର୍ଷା ନେଇ ସ୍କୁଲ୍ ଛୁଟି । ଶିକ୍ଷକମାନେ ସ୍କୁଲ୍ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ।

ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଫଳରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ, ମାଲକାନଗିରି ପ୍ରଶାସନ ଆଜି ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛି। ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ଅଧିକ ଘନୀଭୂତ ହୋଇ କାଲି ଅବପାତର ରୂପ ନେବ । ୨୭ ତାରିଖ ସକାଳେ ଦକ୍ଷିଣ ଓଡିଶା,ଉତ୍ତର ଆନ୍ଦ୍ର ଉପକୂଳ ଅତିକ୍ରମ କରିବ ଅଵପାତ୍ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କାଲି ମାଲକାନଗିରିରେ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।