ଶିକ୍ଷକଙ୍କର ମହାନତା , ଡଙ୍ଗାରେ ଚାଲିଛି ପାଠ ପଢ଼ା

ପାଣି ଭିତରେ ଚାଲିଛି ପାଠ ପଢ଼ା। ନଦୀ ମଝିରେ ଡଙ୍ଗାରେ ବସିଛନ୍ତି ପିଲା, ଆଉ ପଢ଼ାଉଛନ୍ତି ଶିକ୍ଷକ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି

(ବିହାର) : ପାଣି ଭିତରେ ଚାଲିଛି ପାଠ ପଢ଼ା। ନଦୀ ମଝିରେ ଡଙ୍ଗାରେ ବସିଛନ୍ତି ପିଲା, ଆଉ ପଢ଼ାଉଛନ୍ତି ଶିକ୍ଷକ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବିହାରର କଟିହାର ଜିଲ୍ଲାରେ। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗଙ୍ଗା ନଦୀରେ ବନ୍ୟା ଆସିବା ଯୋଗୁଁ କଟିହାର ଜିଲ୍ଲା ମନିହାରୀ ଅନୁମଣ୍ଡଳର ଅନେକ ଅଞ୍ଚଳରେ ଏବେ ବନ୍ୟା ପାଣି ପସିଛି। ଏଭଳି ପରିସ୍ଥିତିରେ ଘରଗୁଡିକ ବୁଡି ଯାଇଛି। ଯାତାୟତ ଏକପ୍ରକାର ଠପ୍‌ ହୋଇଛି। ଏତେ ସବୁ ପରେ ମଧ୍ୟ ସେଠାରେ ପାଠ ପଢ଼ା ଅଟକି ନାହିଁ। ଫ୍ରି କୋଚିଂ ବନ୍ୟା ସତ୍ତ୍ୱେ ଡଙ୍ଗା ଉପରେ ହିଁ ଏମାନେ ଖୋଲି ଦେଇଛନ୍ତି କୋଚିଂ କ୍ଲାସ।

 

ସୂଚନାନୁଯାୟୀ , ପିଲାଙ୍କୁ ପଢ଼ାଉଥିବା ତିନି ଯୁବକଙ୍କ କହିବା ମୁତାବକ, ସେମାନେ ଗତ କିଛି ବର୍ଷ ଧରି ଏହି ଅଞ୍ଚଳର ପିଲାମାନଙ୍କୁ ମାଗଣା ଶିକ୍ଷା ଦେଉଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ବନ୍ୟା ସମୟରେ ସରକାର ଅନ୍ୟାନ୍ୟ ସୁବିଧା ଯୋଗାଉଛନ୍ତି, ଯେଉଁ ବିଦ୍ୟାଳୟ ସେମାନେ ନିଜ ସ୍ତରରେ ଚଳାଉଥିଲେ, ବର୍ତ୍ତମାନ ସେମାନେ ଏକ ଡଙ୍ଗା ସାହାୟତାରେ ଶିକ୍ଷାଦାନ ଜାରି ରଖିବାକୁ ଚାହୁଁଥିବା ସେମାନେ କହିଛନ୍ତି। ଏହି ଭାସମାନ କୋଚିଂ କ୍ଲାସରେ ପଢ଼ୁଥିବା ପିଲାମାନେ କହିଛନ୍ତି, ଗଙ୍ଗା ନଦୀରେ ବନ୍ୟା ଯୋଗୁଁ ପୂରା ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏଭଳି ସ୍ଥିତିରେ ଡଙ୍ଗା ହିଁ ଏକମାତ୍ର ସୁରକ୍ଷିତ ସ୍ଥାନ। ଡଙ୍ଗାରେ ଚାଲିଥିବା ପାଠଶାଳାରେ ପଢ଼ିବା ପାଇଁ ସେମାନେ ମଧ୍ୟ ଆଗ୍ରହି ଥିବା କହିଛନ୍ତି।