ରାଇରଙ୍ଗପୁର: ଅଚଳ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍ ସେବା । ଫଳରେ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡିଜିଟାଲ ଯୁଗରେ ଲୋକକମାନେ ପାଖରେ ଅଧିକ କ୍ୟାସ୍ ରଖିନଥାନ୍ତି। ଆବଶ୍ୟକସ୍ଥଳରେ ଏଟିଏମ୍ରୁ ଟଙ୍କା ଉଠାଇଥାନ୍ତି। ହେଲେ ଦୀର୍ଘ ଦିନ ହେବ ଏସବିଆଇ ଏଟିଏମ୍ ଲୋକଙ୍କୁ ନାକରେ ପାଣି ପିଆଇ ସାରିଲାଣି। ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ହାଟବାଦଡାରେ ଥିବା ଏସବିଆଇ ଏଟିଏମ୍ଟି ଦିର୍ଘଦିନ ହେଲାଣି ଅଚଳ ହୋଇପଡିଛି । ଯାହାଫଳରେ ଦୈନନ୍ଦିନ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଟଙ୍କା ଉଠାଇବାକୁ କି ଏଟିଏମ୍ ସେବା ପାଇବା ପାଇଁ ଉକ୍ତ ଅଂଚଳର ଲୋକଙ୍କୁ ରାଇରଙ୍ଗପୁର ଯିବାକୁ ପଡିଥାଏ । ମାତ୍ର ହାଟବାଦଡା ଠାରୁ ରାଇରଙ୍ଗପୁର ୧୦ ରୁ ୧୨ କିଲୋମିଟର । ତେଣୁ ଉକ୍ତ ଏଟିଏମ୍ ଉପରେ କୁସୁମୀ ବ୍ଲକର ୭/୮ ପଞ୍ଚାୟତରର ଲୋକେ ନିର୍ଭର କରିଥାନ୍ତି । ଏଣୁ ଏ ଦିଗରେ ବିଭାଗିୟ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।
କହିରଖୁଛୁ ଯେ, ହାଟବାଦଡା ପଞ୍ଚାୟତ ସର୍ବଭାରତୀୟ ରାଜସ୍ବ ଆଦାୟ କ୍ଷେତ୍ରରେ ଦ୍ୱିତୀୟ ହୋଇଥିବା ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ବିହାରରେ ପୁରସ୍କୃତ ହୋଇଥିଲା । ଆଜିକାଲିର ଡିଜିଟାଲ ଯୁଗରେ ଏହି ଏଟିଏମ୍ ଉପରେ ପ୍ରାୟ ୭/୮ ପଞ୍ଚାୟତରର ଲୋକେ ନିର୍ଭର କରନ୍ତି । ତେଣୁ ଏଟିଏମଟିକୁ ଶିଘ୍ର କାର୍ୟ୍ୟକ୍ଷମ ପାଇଁ ସାଧାରଣରେ ଦାବି ହେଉଛି ।