ଅପର୍ଟମେଣ୍ଟ ଭିତରେ ମାଉସୀ ଓ ପୁତୁରାଙ୍କ ଆତ୍ମହତ୍ୟା

(ଆଦର୍ଶ ରାଉତ ): ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳରୁ ଏକ ଅର୍ଦ୍ଧ ନିର୍ମିତ ଅପର୍ଟମେଣ୍ଟରୁ ଉଦ୍ଧର ହୋଇଛି ଦୁଇ ମୃତଦେହ । ମୃତ ମହିଳାଙ୍କ ନାମହେଲା ଜୋଷ୍ନା ମହାଲି ଓ  ଯୁବକଙ୍କ ନାମ ହେଲା ଉମେଶ ମହାକି ।

ଖବର ଅନୁଯାୟୀ ମୟୁରଭଞ୍ଜ ଅଞ୍ଚଳର ଜଣେ ଯୁବକ ଓ ଜଣେ ଯୁବତୀ ଏକ ମାସ ତଳୁ ଆସି ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳରେ ନିର୍ମାଣଧିନ ଏକ ଅପର୍ଟମେଣ୍ଟରେ ମୂଲିଆ ଭାବେ କାମ କରୁଥିଲେ । ସମ୍ପର୍କରେ ସେମାନେ ମାଉସୀ(ଜୋଷ୍ନ।), ପୁତୁରା(ଉମେଶ ମହାଳି) । ସେମାନଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ସୂଚନା ମିଳିଛି । ମାଉସୀ ଓ ପୁତୁରା ଉଭୟ ଘରୁ ଲୁଚି ଚାଲିଆସିଥିଲେ । ମାଉସୀଙ୍କ ବୟସ ୨୮ ବର୍ଷ ହୋଇଥିବାବେଳେ ପୁତୁରା ର ବୟସ ୧୮ ବର୍ଷ ବୋଲି ଜଣା ପଡ଼ିଛି । ସେମାନେ ଭୁବନେଶ୍ୱରରେ ଥିବା ଖବର ପାଇବା ପରେ ଘର ଲୋକ ତାଙ୍କ ପାଖକୁ ଆସୁଛନ୍ତି ଜାଣି ଉଭୟ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି । ଚନ୍ଦ୍ରଶେଖରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ ଚଳାଇଛି ।