ସତ୍ୟସାଇ ବାବାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

ରାୟଗଡା/ସନ୍ତୋଷ କୁମାର ଲମତା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ଦାନୁସାହି ନିକଟ ଦେବଗିରି ଯିବା ରାସ୍ତା ପାର୍ଶ୍ୱ ରେ ସାଇ ଭକ୍ତଙ୍କ ଦ୍ୱାରା ସତ୍ୟସାଇ ବାବାଙ୍କ ମନ୍ଦିର ପ୍ରତିଷ୍ଠା ଓ ବାବାଙ୍କ ଫୋଟ ସ୍ଥାପନ କରାଯାଇଛି ।ଏଅବସରରେ ବ୍ରାହ୍ମଣ ଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ପୂଜା ପାଠ କରିବା ପରେ ବାଜା ବାଜଣା ବଜାଇ ,ଶଙ୍ଖ, ତୁରୀ ବଜାଇ ସତ୍ୟସାଇ ବାବାଙ୍କ ଫୋଟ ଚିତ୍ରକୁ ନଗର ପରିକ୍ରମା କରି ମନ୍ଦିରରେ ସ୍ଥାପନ କରାଯାଇଥିଲା । ଅପରାହ୍ନରେ ହୋମଯଜ୍ଞ ପୂର୍ଣ୍ଣାହୁତି ପରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ସତ୍ୟସାଇ ଭକ୍ତ ଓ ଗରିବ ଲୋକଙ୍କୁ ଭୋଜନ ବ୍ୟବସ୍ଥା କରାଯାଇଥିଲା ।

ଏଥିରେ ସତ୍ଯ ସାଈ ସଂଘର ଜିଲ୍ଲା ସଭାପତି ଏସ ରାମଣା ମୂର୍ତ୍ତି, ଭୁବନେଶ୍ୱର ସତ୍ୟସାଇ ସେବା ସଂଘର ରାଜ୍ୟ ଉପସଭାପତି ରସରାଜ ଠାକୁର,ସ୍ଥାନୀୟ ସତ୍ୟ ସାଇ ସଂଘ ସଭାପତି ସାଙ୍ଗମ ନୀଳକଣ୍ଠ, ଯୁବ ସଭାପତି ସିଲା ନିରଞ୍ଜନ ସମେତ ବହୁ ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସତ୍ୟସାଇ ବାବାଙ୍କ ମନ୍ଦିର ନିର୍ମାଣ ପାଇଁ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଗୁଡୁଲ୍ଲା ପ୍ରସାଦ ରାଓ ଭୂମି ଦାନ କରିଛନ୍ତି । ଏବଂ ସତ୍ୟ ସାଇ ମନ୍ଦିର କମିଟି ର ପ୍ରଭୀରି ଦାୟିତ୍ୱ ରେ ମଧ୍ଯ ଅଛନ୍ତି ତାଙ୍କର ଏଭଳି ମହାନତା କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।