ଗଞ୍ଜମ (ରଜନୀକାନ୍ତ ପାତ୍ର) : କୋଟିନଡା ଥାନା ଅନ୍ତର୍ଗତ 69 ନମ୍ବର ଜାତୀୟ ରାଜପଥ ଡିପଲ ସ୍କୁଲ ନିକଟରେ ବୋଲେରୋ ଧକ୍କାରେ ବାଇକ ଚାଳକ ମୃତ। ମୃତକ ଜଣକ ହେଲେ ଵର ଗାଁ ର 52 ବର୍ଷୀୟ ପୂର୍ବତନ ସରପଞ୍ଚ ଲଲାଟ ବେହେରା । ସେ କୌଣସି କାମରେ ସକାଳୁ ଘରୁ ବାହାରି କବିସୂର୍ଯ୍ୟନଗର ପଟେ ଯାଉଥିବା ବେଳେ ତାଙ୍କ ପଛ ପଟରୁ ଆସୁଥିବା ଏକ ବୋଲେରୋ ତାଙ୍କୁ ପଛ ପଟୁ ଧକ୍କା ଦେଇ ଚାଲି ଯାଇଥିଲେ। ଫଳରେ ସେ ଘଟଣା ସ୍ଥଳରେ ରକ୍ତ ଜୁଡୁବୁଡୁ ଅଵସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଲଲାଟ ଆସିକା ବିଜେଡ଼ିର ଜଣେ ସକ୍ରିୟ ସଦସ୍ୟ ଥିଲେ। ତେଣୁ ତାଙ୍କ ବିୟୋଗରେ ବିଜେଡ଼ି ଶିବିରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।