ହିଞ୍ଜିଳି / ରଜନୀ କାନ୍ତ ପାତ୍ର: ରାସ୍ତାକଡ଼ରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର । ଅନନ୍ତାଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଶୋୟୀଙ୍କ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର ହୋଇଛି। ସୂଚନା ଅନୁସାରେ, ଆଜି ସକାଳୁ ବଡ଼ବଜାର ଥାନା ବାଉରୀସୁକୁନ୍ଦା ପାଣି ଫ୍ୟାକ୍ଟ୍ରି ନିକଟ ରାସ୍ତାକଡ଼ରୁ ପ୍ରଦୀପ ବିଶୋୟୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରେ ଏକ ଖଣ୍ଡା ପଡ଼ିଥିବା ଦେଖିବାକୁ ମିଳିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। କିଛିଦିନ ପୂର୍ବେ ସେ ଜେଲ୍ ପାରୋଲରେ ଆସିଥିଲେ। ପୂର୍ବରୁ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ଜେଲ୍ରେ ଥିଲେ। କେମିତି ହେଲା ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଯଦି ତାଙ୍କୁ ହତ୍ୟା କରାଯାଇଛି, ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ଏନେଇ ପୋଲିସ ଏବେ ଛାନ୍ଭିନ୍ ଆରମ୍ଭ କରିଛି।