ଗୁଜୁରାଟ ପାଇଁ ଶାମିଙ୍କ ସ୍ଥାନରେ ଖେଳିବେ ସନ୍ଦୀପ ୱାରିୟର

0

ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ବଡ ଝଟକା ଲାଗିଛି । ଷ୍ଟାର ଖେଳାଳି ମହମ୍ମଦ ଶାମି ଆହତ ହେବା ପରେ ତାଙ୍କ ରିପ୍ଲେସମେଣ୍ଟ ଘୋଷଣା କରିଛି ଗୁଜରାଟ । ଶାମିଙ୍କ ସ୍ଥାନରେ ସନ୍ଦୀପ ୱାରିୟର ଗୁଜରାଟ ପାଇଁ ଖେଳିବେ । ଭାରତ ପାଇଁ ସନ୍ଦୀପ ୨୦୨୨ରେ ଟି ୨୦ ଡେବ୍ୟୁ କରିଥିଲେ । ଆଉ ଘେରାଇ କ୍ରିକେଟରେ ତାମିଲନାଡୁକୁ ପ୍ରତିନିଧିତ୍ୱ କରୁଥିଲେ । ଆଇପିଏଲରେ ସନ୍ଦୀପ କେଲକାତା ନାଇଟ ରାଇଡର୍ସ , ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଭଳି ଟିମରେ ଖେଳିଛନ୍ତି । ଏବେ ଶାମିଙ୍କ ସ୍ଥାନରେ ଗୁଜରାଟ ଟାଇଟନ୍ସ ଟିମରେ ସାମିଲ ହୋଇଛନ୍ତି । ବିଶ୍ୱକପ ସମୟରେ ଆହତ ହୋଇଥବଲେ ଭାରତୀୟ ଟିମ ତଥା ଗୁଜରାଟ ଟାଇଟନ୍ସର ଷ୍ଟାର ବୋଲର ମହମ୍ମଦ ଶାମି । ତେଣୁ ବର୍ତ୍ତମାନ ତାଙ୍କ ସ୍ଥାନରେ କୋଲକାତାର ପୂର୍ବତନ କ୍ରିକେଟର ସନ୍ଦୀପ ୱାରିୟର ଏବେ ଗୁଜୁରାଟ ସହ ଯୋଡି ହୋଇଛନ୍ତି । ୨୦୧୯ ମସିହାରେ ଆଇପିଏଲରେ ଡେବ୍ୟୁ କରିଥିଲେ ସନ୍ଦୀପ । କିନ୍ତୁ ବତ୍ତମାନ ସୁଦ୍ଧା ମାତ୍ର ୫ଟି ମ୍ୟାଚରେ ତାଙ୍କୁ ସୁଯୋଗ ମିଳି ପାରିଛି । ତେବେ ଏହି ୫ଟି ମ୍ୟାଚରୁ ସେ ମୋଟ ୨ଟଇ ୱିକେଟ ହାସଲ କରିଛନ୍ତି । ଶାମିଙ୍କ ଗୋଇଠିରେ ଆଘାତ ପାଇଁ ତାଙ୍କର ସର୍ଜରୀ କରାଯାଇଛି , ଯାହା ଫଳରେ ସେ ଆଇପିଏଲ ଏବଂ ଟି – ୨୦ ବିଶ୍ୱକପରୁ ମଧ୍ୟ ବାଦ ପଡିଥିଲେ ।