ଚନ୍ଦନ ତେଲ, ପାଉଡରର ରହିଛି ୫ଟି ଲାଭ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଚନ୍ଦନ ବହୁତ ଭଲ । ଚନ୍ଦନ ପାଉଡର ଓ ତେଲରେ ୧୨୫ ପ୍ରକାର ତତ୍ତ୍ୱ ରହିଛି,ଯାହା ତ୍ୱଚାକୁ ସୁନ୍ଦର କରିବା ପାଇଁ ସାହାଯ୍ୟ କରିଥାଏ । ତେଣୁ ସମସ୍ତ ପ୍ରକାର ବିୟୁଟି ପ୍ରଡକ୍ଟରେ ଚନ୍ଦନକୁ ଉପଯୋଗ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଚନ୍ଦନ ତେଲ ଓ ପାଉଡର ବ୍ୟବହାର କଲେ, କେଉଁସବୁ ଲାଭ ମିଳିଥାଏ ।

ଚନ୍ଦନ ପ୍ରାକୃତିକ ଭାବରେ ଥଣ୍ଡା ପ୍ରଦାନ କରିଥାଏ । ତେଣୁ ଏହାର ଲେପ ମୁହଁରେ ଲଗାଇଲେ,ତ୍ୱଚାରେ ହେଉଥିବା ଜଳାପୋଡା ଭଲ ହୋଇଥାଏ । ଏହାର ବାସ୍ନାରେ ମାନସିକ ଶାନ୍ତି ମିଳିଥାଏ । ଯେଉଁମାନେ କଥା କଥାରେ ରାଗି ଯାଇଥାନ୍ତି, ସେମାନଙ୍କୁ ଚନ୍ଦନ ଟିକା ଲଗାଇବା ପାଇଁ ପରାମର୍ଶ ଦିଆଯାଇଥାଏ । କାରଣ ଆମ ଶରୀରରେ ଥିବା ୭ଟି ଚକ୍ର ମଧ୍ୟରୁ ଗୋଟିଏ ଶକ୍ତିଶାଳୀ ଚକ୍ର ଦୁଇ ଆଇବ୍ରୋ ମଝିରେ ରହିଛି । ତେଣୁ ସେହି ସ୍ଥାନରେ ଚନ୍ଦନ ଲଗାଇଲେ ମନ ଓ ମସ୍ତିଷ୍କ ଶାନ୍ତ ରହିଥାଏ ।

ଆଖିର ଆଖପାଖ ତ୍ୱଚାକୁ ସୁନ୍ଦର କରିବା ପାଇଁ ଏହାର ଚାରିପଟେ ଚନ୍ଦନ ଓ ମହୁର ଲେପ ଲଗାନ୍ତୁ ।ଡ୍ରାଏନେସ୍ ଯୋଗୁ ତ୍ୱଚାରେ କୁଞ୍ଚନ ପଡିବା ସହ ତ୍ୱଚା ଢିଲା ହୋଇଯାଏ । ଚନ୍ଦନ ଡ୍ୟାମେଜ ସେଲକୁ ରିପାୟାର କରିବାର କାର୍ଯ୍ୟ କରିଥାଏ । ଏହାର ବାସ୍ନା ବ୍ରେନ୍ ସେଲକୁ ରିଲାକ୍ସ କରିଥାଏ ।