ଆସନ୍ତା ୩୧ ଯାଏଁ ମା’ ସମଲେଶ୍ବରୀଙ୍କ ଦର୍ଶନରୁ ବଂଚିତ ହେବେ ଶ୍ରଦ୍ଧାଳୁ

ଆଜିଠୁ ମା’ ସମଲେଶ୍ବରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ।

(ସମ୍ବଲପୁର) : ଆଜିଠୁ ମା’ ସମଲେଶ୍ବରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ । ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ସମାନ ଦୃଶ୍ୟ ଦେଖିବାକୁ ମିଳୁଥିବାରୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।

ସୂଚନାନୁଯାୟୀ , ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମା’ ଙ୍କ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଏହି ଦିନ ଗୁଡିକରେ ସମସ୍ତ ନୀତିକାନ୍ତି ରୀତିନିତିରେ ହେବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ଼ କଟକଣା ଯୋଗୁଁ ଆସନ୍ତା ୩୧ ଯାଏଁ ମା ସମଲେଶ୍ବରୀ ମନ୍ଦିରରେ ଶ୍ରଦ୍ଧାଳୁ ସାଧାରଣ ଦର୍ଶନକୁ ବାରଣ କରାଯାଇଛି। କିନ୍ତୁ ଏହି ଦିନ ମାନଙ୍କରେ ମାଙ୍କର ସମସ୍ତ ରୀତିନୀତି ଓ ପୂର୍ଜାର୍ଚ୍ଚନା ବିଧି ଅନୁସାରେ ପାଳନ କରାଯିବ। କେବଳ ମନ୍ଦିର ପୂଜକ ମାନଙ୍କ ଦ୍ବାର ନୀତିକାନ୍ତ ସମ୍ପାଦନ କରାଯିବ।