(ସୌମ୍ୟ ରଂଜନ ସେଠୀ) : ବଲିଉଡର ଲୋକପ୍ରିୟ ନିର୍ମାତା ଓ ନିର୍ଦ୍ଦଶଜ ଅନୁରାଗ କଶ୍ୟପ । ନିଜ କ୍ୟାରିୟରରେ ଅନେକ ହିଟ୍ ସିନେମା ଦେଇଛନ୍ତି । ସେମିତି ଏକ ସିନେମା ଥିଲା ସଲମାନଙ୍କ ତେରେ ନାମ । ଯଦିଓ ଏହି ସିନେମାର ସ୍କିପଟଂ ଏବଂ ନିର୍ଦ୍ଦେଶନା ଅନୁରାଗ ଦେଇଥିଲେ କିନ୍ତୁ ରାତାରାତି ପ୍ରୋଜେକ୍ଟ ତାଙ୍କ ହାତରୁ ଚାଲି ଯାଇଥିଲା । ଏହା ପଛର କାରଣ ଖୁବ କମ ଲୋକଙ୍କୁ ଜଣା । ଆସନ୍ତୁ ଜାଣିବା ଏହା ପଛର କାରଣ ଯାହା ସଲମନ ଓ ଅନୁରାଗଙ୍କ ମଧ୍ୟରେ ପୋତିଥିଲା ଶତ୍ରୁତାର ମଂଜି ।
ତୁମ ଛାତିରେ ଚୁଟିନାହିଁ ଏ ସିନେମା ପାଇଁ ତୁମେ ଛାତିରେ ଚୁଟି ରଖିବା ଆବଶ୍ୟକ, ଅନୁରାଗ ଏହି କଥା ଯେତେବେଳେ ସଲମାନଙ୍କୁ କହିଲେ ସେତେବେଳେ ସଲମନ ତାଙ୍କୁ କେବଳ ଦେଖିଲେ କିନ୍ତୁ କିଛି କହିନଥିଲେ ।ପରଦିନ ପ୍ରଯୋଜକଙ୍କ ଫୋନ ଆସିଥିଲା ଅନୁରାଗଙ୍କୁ, କିନ୍ତୁ ଅନୁରାଗ୍ ଯେତେବେଳେ ତାଙ୍କୁ ଦେଖାକରିବାକୁ ପହଂଚିଥିଲେ ସେତେବେଳେ ଗୋଟିଏ କାଚର ବୋତଲ ତାଙ୍କ ଆଡକୁ ଆସି ପଡିଲା । ଏହା ପରେ ପ୍ରଯୋଜକ ଚିତ୍କାର କରି କହିଥିଲେ – ଶଳା ତୁ ସଲମାନକୁ ଛାତିରେ ଚୁଟି ରଖିବାକୁ କହିବୁ । ରାତାରାତି ଅନୁରାଗଙ୍କୁ ସିନେମାରୁ ବାହାର କରିଦିଆଯାଇଥିଲା । ସେବେଠାରୁ ସଲମାନ ଏବଂ ଅନୁରାଗଙ୍କ ମଧ୍ୟରେ ପଡୁନାହିଁ । ଏକ ସାକ୍ଷାତକାରରେ ସଲମାନଙ୍କୁ ନେଇ ଅନୁରାଗ କହିଥିଲେ ଆମେ ଦୁଇ ଜଣ ହିଁ ପରସ୍ପରକୁ ପସନ୍ଦ କରୁନାହୁଁ ।
କେବଳ ସେତିକି ନୁହେଁ ୨୦୧୨ରେ ଅନୁରାଗଙ୍କ ସିନେମା ଗ୍ୟାଙ୍ଗ୍ସ ଅଫ୍ ୱାସେପୁର -୨ ରିଲିଜ୍ ହୋଇଥିଲା । ଯାହା ବକ୍ସ ଅଫିସରେ ଭଲ କଲେକ୍ସନ୍ କରୁଥିଲା । କିନ୍ତୁ ପର ସପ୍ତାହରେ ଭାଇଜାନଙ୍କ ‘ଏକ ଥା ଟାଇଗର’ ଆସିଲା । ଯାହା ଫଳରେ ସମସ୍ତ ସିନେମାଘର ଏବଂ ମଲ୍ଟିପ୍ଲେକ୍ସରୁ ଅନୁରାଗଙ୍କ ଫିଲ୍ମକୁ ହଟାଇ ଦିଆଯାଇଥିଲା । ଅନେକ ସମୟରେ ସଲମାନ୍ ତାଙ୍କୁ ଏମିତି ବ୍ୟବହାର କରନ୍ତି ବୋଲି କହିଛନ୍ତି ଅନୁରାଗ ।