ସାଲେପୁର : କରନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି ବିଦ୍ୟାଳୟ ପରିସର । କଟକ ଜିଲ୍ଲା ସାଲେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସାଲେପୁର ଶିକ୍ଷା ମଣ୍ଡଳ ସ୍ଥରିୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି।ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥଭାବେ ଯୋଗ ଦେଇ ଥିବା ବେଳେ ୯୫ ଟି ଷ୍ଟଲ ଖୋଲା ଯାଇଛି।ସାଲେପୁର ବ୍ଲକର ଵିଭିନ୍ନ ବିଦ୍ୟାଳୟରୄ ଏଥିରେ ପ୍ରାୟ ୫୬୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ଥିଲେ । ଯେହେତୁ ଦୁଇ ବର୍ଷ ପରେ ବିଜ୍ଞାନ ମେଳା ରେ ଭାଗ ନେଇ ବେଶ ଖୁସି ଅଛନ୍ତି ଛାତ୍ର ଛାତ୍ରୀ ।