( ତାରାକାନ୍ତ ନାୟକ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଏମସରେ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଛି । ବାଜପେୟୀ ଗୁରୁତର ଥିବା ଏମସ ପକ୍ଷରୁ ବୁଲେଟିନ ଜାରି କରାଯିବା ପରେ ସାରା ଦେଶରେ ଦୁଃଖର ଲହରୀ ଖେଳିଯାଇଛି ।
ତାଙ୍କ ଆଶୁ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ସ୍ଥାନରେ ପୂଜା ପାଠ କରାଯାଉଛି ।
ସେହିପରି ସାଲେପୁର ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଭାରତ ରନ୍ନ ଅଟଳ ବିହାରୀ ବଜପେୟୀ ଙ୍କ ଆଶୁ ଆରେଗ୍ୟ କାମନା କରି ସାଲେପୁର ର ଅଧିଷ୍ଟାତ୍ର ଦେବୀ ମା’ ଶାହେଶ୍ୱରୀ ଙ୍କ ମନ୍ଦିର ସମ୍ମୁଖରେ ୧୦୮ ଦୀପ ଜାଳି ଆରୋଗ୍ୟ କାମନା କରିଛନ୍ତି।