ବାଣ କାରଖାନ ଉପରେ ଚଢାଉ, ଲକ୍ଷ୍ୟାଧିକ ଟଙ୍କାର ବାଣ ଜବତ

(ତାରାକାନ୍ତ ନାୟକ): ବେଆଇନ ବାଣ କାରଖାନା ଉପରେ ଜଗତପୁର ପୋଲିସ ଚଢାଉ । ଏହି ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ମହାଜନପୁର ଗାଁରେ । ଗତକାଲି ଜଗତପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ମହାଜନପୁର ଗ୍ରାମରେ ପହଞ୍ଚି ଗୋବିନ୍ଦ ନାୟକ ଓ ସଂଗ୍ରାମ ନାୟକଙ୍କ ବାଣ ତିଆରି କାରଖାନା ଉପରେ ଚଢାଉ କରି ଲକ୍ଷ୍ୟାଧିକ ଟଙ୍କାର ବାଣ   ।

ବତ କରିବା ସହ ଦୁୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । ବେଆଇନ ବାଣ କାରଖାନା ବହୁଳ ଭାବେ ମହାଜନପୁର , ତ୍ରିଲୋଚନପୁର , ପାଗା , ପଦ୍ମପପୁର ଅଞ୍ଚଳରେ ଗଢି ଉଠିଛି । ଏସବୁ ବେଆଇନ କାରଖାନା ଉପରେ ଚଢାଉ କରାଯିବା ପାଇଁ ସାଧାରଣରେ ଦାବି ହେଉଛି ।