(ତାରାକାନ୍ତ ନାୟକ): ସାଲେପୁର ବ୍ଲକ ବାଲିସାହି ପଞ୍ଚାୟତ ରାଘପୁର ଗ୍ରାମର ଶତ୍ରୁଘନ ବେହେରାଙ୍କ ଗାଈ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛି । ଗୋଟିଏ ଖୁଣ୍ଟରେ ୧୧ କେଭି ଏବଂ ଏଲଟି ଲାଇନ ସଂଯୋଗ ହୋଇଥିବା ହେତୁ ଏଲଟି ଲାଇନ ତାର ଖୁଣ୍ଟରେ ଲାଗିଯିବାରୁ ବିଦ୍ୟୁତ ଖୁଣ୍ଟ ଚାର୍ଜ ହୋଇଯାଇଥିଲା । ବିଦ୍ୟୁତ ଖୁଣ୍ଟ ନିକଟରେ ଗାଈଟି ବନ୍ଧା ହୋଇଥିଲା । ଫଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଈଟି ମୃତ୍ୟୁ ହୋଇଛି । ଘଟଣାସ୍ଥଳକୁ ଏପର୍ଯ୍ୟନ୍ତ ବିଦ୍ୟୁତ୍ ବିଭାଗ ଅଧିକାରୀ ଆସିନାହାନ୍ତି । ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଭିନ୍ନ ଜଗାରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ ଥିଲେ ସୁଦ୍ଧା ଏଥିପ୍ରତି ନିଘା ନାହିଁ ବିଦ୍ୟୁତ୍ ବିଭାଗର ।