୨୭ରେ ନବୀନ ନିବାସ ଘେରାଉ, ଆଜିଠୁ ସରକାରୀ କାର୍ଯ୍ୟାଳୟ ଅଚଳ

(ତାରାକାନ୍ତ ନାୟକ): ଆଇନଜୀବି ଦେବି ପ୍ରସନ୍ନ ପଟ୍ଟନାୟକଙ୍କୁ ପୋଲିସର ଅଶ୍ଲାଳିନ ବ୍ୟବହାର ଓ ମାଡ ପ୍ରତିବାଦରେ ସାଲେପୁର ଓକିଲ ସଂଘ ଆଜି ସାଲେପୁର କୋର୍ଟ ବନ୍ଦ କରାଯାଇଛି । ସାଲେପୁରର ତହସିଲ କାର୍ଯ୍ୟାଳୟ, ବ୍ଲକ ଅଫିସ, ସବ୍ ରେଜିଷ୍ଟ୍ରାର ଅଫିସ ଏବଂ ସମସ୍ତ ସରକାରୀ ଅଫିସରେ ପିକେଟିଂ କରି ଓକିଲମାନେ ବନ୍ଦ କରିଥିଲେ ।
ସରକାର କୌଣସି ପଦକ୍ଷେପ ନନେଲେ ୨୭ରେ ନବୀନ ନିବାସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି ହାଇକୋର୍ଟର ବାର ଆସୋସିଏସନ । କେବଳ ସେତିକି ନୁହେଁ , ଆସନ୍ତକାଲିଠାରୁ ହାଇକୋର୍ଟ ଓ ସମସ୍ତ ଜିଲ୍ଲା ଅଦାଲତ ନିକଟରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଅଚଳ କରାଯିବ ।