କେନାଲରେ ଭାସିଗଲେ ଦୁଇ ଛାତ୍ର, ଜଣେ ଉଦ୍ଧାର …

(ତାରାକାନ୍ତ ନାୟକ): କେନ୍ଦ୍ରାପଡା କେନାଲରେ ଗାଧୋଇବା ସମୟରେ ଦୁଇଜଣ ଛାତ୍ର ଭାସିଗଲେ । ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ଅଢ଼େଇବାଟିଆ ନିକଟରେ। ଆଜି କେନ୍ଦ୍ରାପଡା କେନାଲରେ ଗାଧେଇବା ସମୟରେ ଦୂଇ ଜଣ ଭାସିଯାଇଥିଲେ । ଜଣକୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ ନିଖୋଜ ଅଛି। ଘଟଣା ସ୍ଥଳରେ ଅଗ୍ନିଶମବାହୀନି ଓ ଓଡ୍ରାଫ ଟିମ ପହଞ୍ଚି ଖୋଜାଖୋଜି ଚାଲିଛି ।ଏବେ ସୁଧା ନିଖୋଜ ଛାତ୍ରଙ୍କର କୌଣସି ପତା ମିଳିନାହିଁ । ନିଖୋଜ ଛାତ୍ର ଜଣକ ହେଲେ ଜଗନ୍ନାଥ ନାୟକ, ଉଦ୍ଧାର ଛାତ୍ର ଜଣକ ସନ୍ତୋଷ ଦାସ ବୋଲି ଜଣାପଡିଛି ।