ଗାଡି ଖାଲରେ ପଶି ଚାଲିଗଲା ମାଲିକଙ୍କ ଜୀବନ

( ତାରାକାନ୍ତ ନାୟକ): କଟକ ଜିଲ୍ଲା ଜଗତପୁର ଥାନା ପିରବଜାର ତାରିଣୀ ମନ୍ଦିର ନିକଟରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ନେମାଳ ଥାନା ଗୋପିନାଥପୁର ଗାଁର ସୁବାଷ ପ୍ରଧାନ ନିଜ ଟାଟା ଏସି ଗାଡ଼ି ନେଇ ପିରବଜାର କୁକୁଡ଼ା ଆଣିବାକୁ ଯାଇଥିଲେ । କୁକୁଡ଼ା ଆଣି ଫେରିବା ସମୟରେ କୌଣସି କାରଣ ବଶତଃ ଗାଡି ଗୋଟେ ଖାଲ ଭିତରକୁ ପସିଯାଇଥିଲା । ଖାଲରେ ଅଧିକ ପାଣି ଥିବାରୁ ସୁବାଷ ଗାଡ଼ି ରୁ ବାହାରି ପାରିନଥିଲେ ଘଟଣା ସ୍ଥଳରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଜଗତପୁର ପୋଲିସ ପହଞ୍ଚି ଶବ ଓ ଗାଡ଼ି ଜବତ କରିବା ସହ ମୃତ ସୁବାଷର ଶବ ବ୍ୟବଛେଦ ପାଇଁ କଟକ ପଠାଇଥିବା ଜଣାପଡିଛି।