ଚାନ୍ଦା ନଦେବାରୁ ପୋଲିସର ଉନ୍ମକ୍ତ କାଣ୍ଡ

(ତାରାକାନ୍ତ ନାୟକ) : କଖାରୁ ବୋଝେଇ ଟ୍ରକ ନେଇ ଆସୁଥିବା ଟ୍ରକ ଚାଳକକୁ ମାହାଙ୍ଗା ପୋଲିସ ରାତି ପୋଟ୍ରୋଲିଙ୍ଗ ସମୟରେ ଚାନ୍ଦ ମାଗି ବିଫଳ ହେବାରୁ ଟ୍ରକ ଚାଳକକୁ ନିସ୍ତୁକ ମାଡ ମାରିଛନ୍ତି । ଆହତ ଟ୍ରକ ଚାଳକ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ସାଲେପୁର କୁଆଁପାଳ ରାସ୍ତାର ଗୈଡପଡା ଛକରେ।ମାହାଙ୍ଗା ଥାନା ପଷୁଲୁଣ୍ଡା ଗାଁର ସତ୍ୟବ୍ରତ ବଳ।କେନ୍ଦୁଝର ଅଞ୍ଚଳରୁ କଖାରୁ ନେଇ ସାଲେପୁର ହାଟକୁ ଆସୁଥିବା ସମୟରେ ମାହାଙ୍ଗା ପୋଲିସ ତାକୁ ଅଟକାଇ ପାଞ୍ଚହଜାର ଟଙ୍କା ଗଣେଶ ପୂଜା ଚାନ୍ଦା ମାଗିଥିଲେ। ସେ ଚାନ୍ଦା ଦେବାକୁ ରାଜି ନ ହେବାରୁ ତାକୁ ନିସ୍ତୁକ ମାଡ଼ ମାରିବା ସହ ଗାଳିଗୁଲଜ କରିଥିଲେ ଏବଂ ତାର ଗାଡ଼ି ର କାଗଜ ପତ୍ର ଓ ଲାଇସେନ୍ସ ନେଇଜାଇଥିଲେ। ଏନେଇ ସେ ସାଲେପୁର ଏସ ଡି ପିଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି।