(ତାରାକାନ୍ତ ନାୟକ) : ପ୍ରଧାନ ଶିକ୍ଷକ ବଦଳି ନହେବା ପ୍ରତିବାଦରେ ଛାତ୍ର ଛାତ୍ରୀ ମାନେ ସ୍କୁଲରେ ପକାଇଲେ ତାଲା । ଏଭଳି ଘଟଣା ଦେଖି ବାକୁ ମିଳିଛି କଟକ ଜିଲ୍ଲା କିଶନନଗର ତହସିଲର ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟରେ । ପ୍ରଧାନ ଶିକ୍ଷକ ପ୍ରମୋଦ କିଶୋର ଚଇନିଙ୍କ ଗତ ୨୯.୮.୧୮ରେ ବଦଳି ଆଦେଶ ପାଇବାପରେ ଛାତ୍ରଛାତ୍ରୀ ମାନେ ବଦଳି ନହେବା ପ୍ରତିବାଦରେ ସ୍କୁଲ ତାଲା ପକାଇ ଧାରଣାରେ ବସିଛନ୍ତି।ଯେପଯ୍ୟନ୍ତ ପ୍ରଧାନ ଶିକ୍ଷକଙ୍କ ବଦଳି ଆଦେଶ ପ୍ରତ୍ୟାହାର ପରେ ପୁନଃ ସେହି ସ୍କୁଲରେ ନିଯୁକ୍ତି ଦାବି ଓ ଆବଶ୍ୟକ ଖାଲିଥିବା ଶିକ୍ଷକ ପଦବୀ ପୂରଣ ନହେବା ଜାଏ ଧାରଣା ରେ ବସିବେ ବୋଲି କହିଛନ୍ତି ଛାତ୍ର ଛାତ୍ରୀ। ଏହି ଧାରଣାରେ ଛାତ୍ର ଛାତ୍ରୀ ମାନେ ବସିଥିଲା ବେଳେ ଆସନ୍ତା ସୋମବାର ମଧ୍ୟରେ ଦାବି ପୂରଣ ନହେଲେ ଅଭିଭାବକମାନେ ଏହି ଧାରଣାରେ ସାମିଲ ହେବେ ବୋଲି ଚେତାବନୀ ଦେଇଛନ୍ତି।