( ତାରାକାନ୍ତ ନାୟକ) : ଲଗାଣ ବର୍ଷାରେ ବେହାଲ ଓଡିଶା । ଲଘୁଚାପ ଜନିତ ଲଗାଣ ବର୍ଷାରେ କଟକ ଜିଲ୍ଲା ସାଲେପୁର ତହସିଲ କାର୍ଯ୍ୟାଳୟ ଜଳମଗ୍ନ ହୋଇଯାଇଛି । ଜଳମଗ୍ନ ହୋଇଯିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୌଣସି କାର୍ଯ୍ୟରେ ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟ ଆସିପାରୁନାହାନ୍ତି ସାଧାରଣ ଲୋକେ । ଅଫିସରେ ବର୍ଷା ପାଣି ପଶିଯିବା ଫଳରେ କୌଣସି କାର୍ଯ୍ୟ ହୋଇପାରୁନାହିଁ ।
ସେହିପରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ଷା ଜଳ ପଶିଯିବାରୁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ସ୍ୱାସ୍ଥ୍ୟକେନ୍ଦ୍ରର ବହିଃବିଭାଗ ଲେବର ରୁମ୍ ଓøଷଧ ବିତରଣ କେନ୍ଦ୍ର ଓ ଫାର୍ମାସିଷ୍ଟ ରୁମ୍ ଆଦି ପ୍ରକୋଷ୍ଠ ଗୁଡିକରେ ପାଣି ପଶିଯାଇଛି । ପାଣି ନିଷ୍କାସନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡଃ ସଚିକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।