ଆଜି ସାଲେପୁର ବନ୍ଦ

(ମମତା ସାମଲ) : ଦିନିକିଆ ସାଲେପୁର ବନ୍ଦ । ରାସ୍ତା ନିର୍ମାଣରେ ପ୍ରଶାସନିକ ଅବହେଳା ଯୋଗୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଯୋଗୁ ବିଭିନ୍ନ ସ୍ଥାନରେ ଗାଡିମୋଟର ଅଟକି ରହିଛି । ବିଶେଷ କରି ଟ୍ରକ ଗୁଡିକ ଠିଆ ହୋଇଥିବାର ଦେଖାଯାଇଛି । ଦୋକାନ, ବଜାର, ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଛି । ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ।